ଖରଗୋନ ହିଂସା: ଇବରିସ ଖାନ ମୃତ୍ୟୁ ମାମଲାରେ ୫ ଗିରଫ, ଜଣଙ୍କ ଉପରେ ଏନ୍‌ଏସ୍‌ଏ ଲାଗୁ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ଖରଗୋନରେ ହିଂସା ସମୟରେ ଇବରିସ ଓରଫ ସଦ୍ଦାମ ଖାନଙ୍କ ମୃତ୍ୟୁ ମାମଲାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ପୁଲିସ ଅନ୍ୟ ଜଣେ ଅଭିଯୁକ୍ତଙ୍କ ନାଁରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ୍‌ ଲାଗୁ କରିଛି। ତେବେ ଏହି ଘଟଣା ସହିତ ସଂପୃକ୍ତ ୩ ଜଣ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।

ଏସ୍‌ପି ରୋହିତ କାଶାୱାନୀ କହିଛନ୍ତି, ଗତ ୧୦ ତାରିଖରେ ରାମନବମୀ ଅବସରରେ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ସହରର ଇସଲାମପୁରା ନିବାସୀ ତଥା ୩୦ ବର୍ଷୀୟ ଇବରିସ ନିଖୋଜ ହୋଇଥିଲେ। ଗତ ୧୪ ତାରିଖରେ ଏନେଇ ଥାନାରେ ଏତଲା ହୋଇଥିଲା। ୪ ଦିନ ପରେ ଇନ୍ଦୋର ହସ୍ପିଟାଲରେ ଇବରିସଙ୍କ ଶବ ଚିହ୍ନଟ ହୋଇଥିଲା।

ଏହି ମାମଲାରେ ଅଭିଯୁକ୍ତ ଦିଲୀପ, ସଂଦୀପ, ଅଜୟ କର୍ମା, ଅଜୟ ସୋଲଙ୍କି ଓ ଦୀପକ ପ୍ରଧାନଙ୍କୁ ଗିରଫ କରାଯାଇଛି। ଏବେବି ୩ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଅଭିଯୁକ୍ତ ଫିରୋଜ ଓରଫ ନାଁରେ ଏନ୍‌ଏସଏ ଲାଗୁ‌ ହୋଇଛି।