ଦେଶରେ ପ୍ରଥମ: କେରଳ ପାଖରେ ନିଜସ୍ୱ ଇଣ୍ଟରନେଟ ସେବା

ଥିରୁଅନନ୍ତପୁରମ,ଏଜେନ୍ସି: କେରଳ ଏବେ ଦେଶର ଏଭଳି ରାଜ୍ୟ ହୋଇପାରିଛି, ଯାହା ପାଖରେ ନିଜସ୍ୱ ଇଣ୍ଟରନେଟ ସେବା ରହିଛି । କେରଳ ଫାଇଭର ଅଫ୍ଟିକ ନେଟୱର୍କ ଲିମିଟେଡକୁ ଦୂରସଂଚାର ବିଭାଗରୁ ଇଣ୍ଟରନେଟ ସେବା ପ୍ରଦାନକାରୀ ଲାଇସେନ୍ସ ମିଳି ଯାଇଛି । ମୁଖ୍ୟମନ୍ତ୍ରୀ ପି ବିଜୟନ ଗୁରୁବାର କହିଛନ୍ତି ଯେ, କେରଳ ଦେଶର ଏଭଳି ରାଜ୍ୟ, ଯେଉଁଠାରେ ନିଜସ୍ୱ ଇଣ୍ଟନେଟ ସେବା ରହିଛି ।

ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ଅନୁସାରେ କେରଳ ଫାଇବର ଅପ୍ଟିକ ନେଟୱର୍କ ଲିମିଟେଡ ରାଜ୍ୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖକୁ ଇଣ୍ଟରନେଟ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲାଇସେନ୍ସ ମିଳିବା ପରେ ସମାଜରେ ଡିଜିଟାଲ ବିଭାଜନକୁ ହ୍ରାସ କରିବାକୁ ପ୍ରକଳ୍ପ ଭାବେ କାମ ଆରମ୍ଭ କରାଯାଇପାରିବ । ବିଜୟ ଟୁଇଟ କରି କହିଛନ୍ତି ଯେ, ନିଜର ଇଣ୍ଟରନେଟ ସେବା ଯୋଗାଇବା ଦେଶର ଏକମାତ୍ର ରାଜ୍ୟ ହୋଇପାରିଛି । ସେ ଟୁଇଟ୍ କରି ଲେଖିଛନ୍ତି ଯେ, କେରଳ ନିଜର ଇଣ୍ଟରନେଟ ସେବା ସହିତ ଦେଶରେ ଏକମାତ୍ର ରାଜ୍ୟ ହୋଇପାରିଛି ।

ସୂଚନାଯୋଗ୍ୟ, କେଏଫ୍‌ଓଏନ୍ ଯୋଜନାର ପରିକଳ୍ପନା ବିପିଏଲ ପରିବାର ଓ ୩୦ ହଜାର ସରକାରୀ କାର୍ଯ୍ୟାଳୟରେ ମାଗଣାରେ ଇଣ୍ଟରନେଟ ସେବା ଦେବାକୁ କରାଯାଇଛି । ବିଗତ ବାମ ସରକାର ୨୦୧୯ରେ ଇଣ୍ଟରନେଟ କନେକଶନକୁ ମୂଳ ଅଧିକାର ଘୋଷିତ କରିଥିଲା ଏବଂ ୧୫୪୮ କୋଟି ଟଙ୍କାର କେଏଫଓଏନ୍ ପ୍ରକଳ୍ପ ଆରମ୍ଭ କରିଥିଲା ।