ପବନରେ ଉଡିଗଲା କେନ୍ଦୁପତ୍ର ଫଡ଼ି ଘର

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର କେନ୍ଦୁ ପତ୍ର ତୋଳାଳୀ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା ମଧ୍ୟ କରୁଛନ୍ତି ହେଲେ ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ କଅସର ପଞ୍ଚାୟତ ହାଇସ୍କୁଲ ପଡିଆ ଠାରେ ଚଳିତ ବର୍ଷ କେନ୍ଦୁପତ୍ର ଫଡ଼ି ଘର ତିଆରି ହୋଇଥିବା ବେଳେ ପବନରେ ଉଡିଯାଇ ଥିବା ରେଞ୍ଜର ସୁଶାନ୍ତ ସାହୁ କହିଛନ୍ତି।

ସୂଚନାଅନୁସାରେ ଗତ ଦୁଇ ଦିନ ତଳେ ପବନ ବହିବା ସାଙ୍ଗକୁ ବର୍ଷା ମଧ୍ୟ ହୋଇଥିଲା। କିନ୍ତୁ ନୂତନ ଭାବେ ତିଆରି ହୋଇଥିବା ଏହି ଫଡ଼ି ଘର ବର୍ଷାରେ ଭାଙ୍ଗି ଯାଇଛି। ଏଥିରୁ କେନ୍ଦୁପତ୍ର ବନ୍ଧାଳି ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଭାଗୀୟ ଅଧିକାରୀ ମାନେ ଏହି ବନ୍ଧାଳି ମାନଙ୍କ ପାଇଁ କୌଣସି ପ୍ରକାରର ବ୍ୟବସ୍ଥା କରିନଥିବା ବେଳେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ମିଶୁ ଥିବା ଆଲୋଚନା ହେଉଛି। ଏନେଇ ରେଞ୍ଜର ସୁଶାନ୍ତ ସାହୁଙ୍କୁ ପଚାରିବାରୁ ମୁଁ କୌଣସି ପ୍ରକାରର ସୂଚନା ଦେଇପାରିବି ନାହିଁ। ଉଚ୍ଚ ସ୍ତରୀୟ ଅଧିକାରୀଙ୍କୁ ଏହି ବିଷୟରେ ପଚାରନ୍ତୁ ବୋଲି କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି।