୨୦ ଲକ୍ଷ ଚାକିରି ଓ ପ୍ରତିଷ୍ଠା ହେବ ନୁଆ ମାର୍କେଟ, କେଜରିୱାଲ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଶାସନାଧୀନ ଆମ ଆଦମୀ ସରକାର ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ରେ ଦିଲ୍ଲୀ ସରକାର (ଆମ ଆଦମୀ ପାର୍ଟି)ଙ୍କ ଫୋକସରେ ରଖିଛନ୍ତି ।

ଚାକିରୀ,ସ୍ୱାସ୍ଥ୍ୟ,ରାତ୍ରୀକାଳୀନ ଜୀବନ ଯାପନ ,ମାକେର୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ୭୫,୮୦୦ କୋଟିର ଏହି ବଜେଟ୍ ରେ ଦିଲ୍ଲୀ ସରକାର ଆଗାମୀ ୫ ବର୍ଷରେ ୨୦ ଲକ୍ଷ ଲୋକଙ୍କୁ ଚାକିରି ଦେବାକୁ ଲକ୍ଷ୍ୟ ରଖିଛନ୍ତି ।

ଆପ ମନ୍ତ୍ରୀ, ମନିଷ ସିସୋଦିଆ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ପୁର୍ବରୁ ସରକାର ଦେଶଭକ୍ତି ଉପରେ ବଜେଟ୍ ଉପସ୍ଥାପନ କରିଥିବା ବେଳେ ଚଳିତ ବର୍ଷ ସେମାନେ ରୋଜଗାର ବଜେଟ୍ ଉପସ୍ଥାପନ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ୩ ଲକ୍ଷ ଚାକିରି ଏବଂ ଆଗାମୀ ୧ ବର୍ଷ ମଧ୍ୟରେ ୧.୨୦ ଲକ୍ଷରୁ ଅଧିକ ନୁଆ ରୋଜଗାରର ସମ୍ଭାବନା ରହିଛି ।

ତେଣୁ ସହରରେ ଥିବା ୫ ଟି ପ୍ରସିଦ୍ଧ ବଜାରକୁ ଅଧିକ ଉନ୍ନତ କରାଯିବ । ତେଣୁ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ଛଡ଼ା ଦେଶର ଜିଡ଼ିପିରେ ଦିଲ୍ଲୀର ଅଂଶ ୨୦୧୧-୧୨ ରେ ୩.୯୪ ଠାରୁ ବଢି ବର୍ତ୍ତମାନ ୪.୨୧ ପର୍ଯ୍ୟନ୍ତ ପହଁଚି ସାରିଲାଣି । ଦିଲ୍ଲୀ ବଜେଟ ୨୦୨୨-୨୩ ରେ ନଗର ନିଗମ ପାଇଁ ୬,୧୫୪ ଟଙ୍କା ଆବଣ୍ଟିତ କରାଯାଇଛି ।

ସେ ଆହୁରି କହିଛନ୍ତି ଯେ, ନୂତନ ଭାବେ କର୍ମଚାରୀ ମାର୍କେଟ ପୋର୍ଟାଲ ୨.୦ ଦିଲ୍ଲୀରେ ଅଣାଯିବ। ପୂର୍ବ ଥର ୧୫ ଲକ୍ଷ ଯୁବକ ଚାକିରୀ ଖୋଜୁଥିଲେ ଏବଂ ୧୦ ଲକ୍ଷ ଚାକିରି ଆଶାୟୀ ରହିଥିଲେ । ଚଳିତ ବର୍ଷ ଶିକ୍ଷା ବଜେଟ ପାଇଁ ୧୬୨୭୮ ଟଙ୍କା ଦିଆଯାଇଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ୯୬୬୯ କୋଟି ଓ ପରିବହନ ପାଇଁ ୯୫୩୯ କୋଟି ଦିଆଯିବ ବୋଲି ସେ କହିଛନ୍ତି ।