ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ବଡ଼ ଘୋଷଣା କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ, ପଞ୍ଜାବରେ ଆମ ସରକାର ଶାସନକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସ ହଜାରେ ଟଙ୍କା ମିଳିବ। ଯଦି ଗୋଟିଏ ପରିବାରରେ ଶାଶୁ, ବୋହୂ ଓ ଝିଅ ଅଛନ୍ତି ତେବେ ୩ଟି ଆକାଉଣ୍ଟକୁ ହଜାରେ ଟଙ୍କା ଲେଖାଏଁ ଦିଆଯିବ। ଯେଉଁ ମା’ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ସେମାନଙ୍କୁ ମଧ୍ୟ ହଜାରେ ଟଙ୍କା ଦିଆଯିବ। ଏହା ବିଶ୍ୱ ଇତିହାସର ସବୁଠୁ ବଡ଼ ସଶକ୍ତିକରଣ କାର୍ଯ୍ୟକ୍ରମ ହେବ। ପଞ୍ଜାବ ନିର୍ବାଚନରେ ମହିଳାମାନେ ସ୍ଥିର କରିବେ କାହାକୁ ଭୋଟ ଦେବେ।
ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ପଞ୍ଜାବରେ ବଡ଼ସ୍ତରରେ ନିର୍ବାଚନୀ ପ୍ରଚାର ଚଲାଇବା ସହ ଶାସନରେ ଥିବା କଂଗ୍ରେସକୁ ଟାର୍ଗେଟ କରିଛି। ଅନ୍ୟପଟେ ଆପ୍ ମିଥ୍ୟା ପ୍ରତିଶ୍ରୁତି ଦେଉଥିବା କଂଗ୍ରେସ କହିଛି।