ଉତ୍ତର ପ୍ରଦେଶରେ କାଉଡ଼ିଆ ଯାତ୍ରା ବାତିଲ: ମନ୍ଦିରକୁ ଜଳ ନେବା ମନା, ଶୁଭିବନି ବୋଲବମ୍ ସ୍ୱର

ଲଖନଉ,ଏଜେନ୍ସି: ଏକ ସପ୍ତାହ ପରେ ଶ୍ରାବଣ ମାସର ପ୍ରଥମ ସୋମବାର। କିନ୍ତୁ କୋଭିଡ-୧୯ର ୨ୟ ଲହର ଶିବଭକ୍ତଙ୍କୁ ପୁଣି ଆଘାତ ହୋଇଛି। ଉତ୍ତର ପ୍ରଦେଶରେ କାଉଡିଆ ଯାତ୍ରାକୁ ବାତିଲ କରିଛନ୍ତି ରାଜ୍ୟ ସରକାର। ଶିବ ଭକ୍ତମାନେ କାନ୍ଧରେ ଜଳପୂର୍ଣ୍ଣ କଳସ ନେଇ ମନ୍ଦିରକୁ ଯିବା ମନା ହୋଇଛି। କାଉଡ଼ିଆମାନେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଶିବ ମନ୍ଦିରକୁ ପାଣି ନେଇ ଯାଇପାରିବେ ନାହିଁ। ଫଳରେ ରାସ୍ତାରେ ବୋଲବମ୍ ପାର୍ଟିଗୁଡ଼ିକ ଯାତାୟତ କରିପାରିବେ ନାହିଁ। ଗେରୁଆବସ୍ତ୍ରଧାରୀ ଶିବଭକ୍ତମାନଙ୍କର ବୋଲବମ ଡାକ ଶୁଭିବ ନାହିଁ।

କୋଭିଡ-୧୯ ସଂକ୍ରମଣର ୩ୟ ଲହରକୁ ଦୃଷ୍ଟିରେ ରଖି ପୂର୍ବରୁ ଉତ୍ତରାଖଣ୍ଡ ସରକାର ମଧ୍ୟ କାଉଡ଼ିଆ ଯାତ୍ରାକୁ ବାତିଲ କରିଛନ୍ତି। ସେହିପର ଓଡ଼ିଶା ଓ ରାଜସ୍ଥାନ ସରକାର ମଧ୍ୟ କାଉଡ଼ିଆ ଯାତ୍ରାକୁ ବାରଣ କରିଛନ୍ତି। ତେବେ କାଉଡିଆ ଯାତ୍ରାରେ ଶିବଭକ୍ତମାନଙ୍କର ଏକତ୍ର ସମାଗମ ହେଉଥିବାରୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ସରକାରମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି।