ନଦୀରେ ବୁଡ଼ି ୩ ଶିଶୁକନ୍ୟା ମୃତ

ପାଟଣା : କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ଭୋର ସକାଳୁ ନଦୀ ଓ ପୋଖରୀରେ ଶ୍ରଦ୍ଧାଳୁମାନେ ପବିତ୍ର ବୁଡ଼ପକାଇଛନ୍ତି । ମାତ୍ର କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ସୂଚନା ମଧ୍ଧ୍ୟ ଆସିଛି । ବିହାରର ନାଳନ୍ଦା ଜିଲ୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନଦୀରେ ବୁଡ଼ପକାଉ ଥିବା ବେଳେ ୩ ଜଣ ଶିଶୁକନ୍ୟା ପାଣିରେ ବୁଡ଼ିଯାଇଛନ୍ତି ।
ଗିରିୟକ ଥାନା ଅନ୍ତର୍ଗତ ଧୋସରବା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ସକରୀ ନଦୀରେ ଗାଧୋଉଥିବା ବେଳେ ୩ ଶିଶୁକନ୍ୟା ବୁଡ଼ିଯାଇଛନ୍ତି । ତିନି ଶିଶୁଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ସକାଳୁ ଡ଼ଙ୍ଗା ଭସାଇବା ପାଇଁ ୩ ଶିଶୁ ନଦୀକୁ ଯାଇଥିଲେ । ଗାଧୋଉଥିବା ସମୟରେ ୩ ଶିଶୁକନ୍ୟା ଗଭୀର ପାଣି ଭିତରକୁ ପଶିଯାଇଥିଲେ । ମୃତକମାନେ ହେଲେ ସୋନମ , ଅଂଶୁ କୁମାରୀ ଓ ପ୍ରୀତି କୁମାରୀ ବୋଲି ସୂଚନା ମିଳିଛି ।