କର୍ଣ୍ଣାଟକ ସରକାରଙ୍କ ବଡ଼ ଘୋଷଣା: ପ୍ରବାସୀଙ୍କ ଟ୍ରେନ ବାତିଲ ଦେଶ- ବିଦେଶ By Nitidin On May 7, 2020 Share କର୍ଣ୍ଣାଟକ,ଏଜେନ୍ସି: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଲକଡାଉନ ସ୍ଥିତିରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାକୁ ଘୋଷଣା କରିବା ପରେ ରାଜ୍ୟ ସରକାର ଶ୍ରମିକଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଚାଲୁଥିବା ଟ୍ରେନ ରଦ୍ଦ କରିଛନ୍ତି। ଏଥିପାଇଁ ରେଳ ବିଭାଗକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । ନିର୍ମାଣ କାର୍ଯ୍ୟ, ଶିଳ୍ପ କାର୍ଯ୍ୟ ଓ ଅର୍ଥନୀତିକୁ ସ୍ୱାଭାବିକ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏସବୁ କ୍ଷେତ୍ରରେ ଶ୍ରମିକଙ୍କ ଆବଶ୍ୟକତା ରହିଛି । ବିଲଡର୍ସଙ୍କ ବୈଠକ ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଗତକାଲି ପୋଲିସ କମିଶନର ପ୍ରବାସୀ ଶ୍ରମିକ ନଯିବାକୁ ଅପିଲ କରିଥିଲେ । କର୍ଣ୍ଣାଟକରେ ଫସିଥିବା ପ୍ରବାସୀଙ୍କ ପାଇଁ ନୋଡାଲ ଅଧିକାରୀ ଏନ ମଞ୍ଜୁନାଥ ପ୍ରସାଦ ପଠାଇଥିବା ଚିଠି ମୁତାବକ ମେ ୬ରେ ବେଙ୍ଗାଲୁରୁରୁ ବିହାରର ଧନପୁର ପାଇଁ ସକାଳ ୯, ୧୨ ଓ ଅପରାହ୍ନ ୩ଟାରେ ଚାଲିବାକୁ ଥିବା ଟ୍ରେନ ସେବାକୁ ରଦ୍ଦ କରିବାକୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସହରରେ ହଜାର ହଜାର ଶ୍ରମିକ ଫସି ରହିଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଙ୍ଗଳବାର କନଫରେସନ ଅଫ ରିୟଲ ଇଷ୍ଟେଟ ଡେଭଲପର୍ସ ଆସୋସିଏସନ ଅଫ ଇଣ୍ଡିଆର ପ୍ରତିନିଧି ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଭେଟିଥିଲେ। ସାକ୍ଷାତ ପରେ ସେ କହିଥିଲେ ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। Share