ନୂଆଦିଲ୍ଲୀ,ଏଜେନ୍ସି: ପ୍ରବାସୀ ଭାରତୀୟମାନେ କିପରି ଘରକୁ ଫେରିବେ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦେ ଭାରତ ମିଶନର ଆରମ୍ଭ କରାଯାଇଛି। ଏଥିରେ ଆଜିଠୁ ୭ ଦିନରେ ୬୪ଟି ବିମାନରେ ବିଦେଶରେ ଥିବା ୧୫ ହଜାର ପ୍ରବାସୀଙ୍କୁ ଦେଶକୁ ଅଣାଯିବ। ଏଥିରେ ‘ବନ୍ଦେ ଭାରତ ମିଶନ’ ଓ ‘ସେତୁ ସମୁଦ୍ର’ ଦୁଇଟି ଅଭିଯାନ ଆରମ୍ଭ ହୋଇଛି। ୭ ତାରିଖରୁ ୭ ଦିନ ପର୍ଯ୍ୟନ୍ତ ୧୨ ଦେଶରୁ ୧୫ ହଜାର ଭାରତୀୟଙ୍କୁ ଏୟାର ଲିଫ୍ଟ କରାଯିବ। ଏଥିପାଇଁ ୬୪ଟି ସ୍ୱତନ୍ତ୍ର ବିମାନକୁ ନିୟୋଜିତ କରାଯାଇଛି।
ପ୍ରଥମ ଦିନ ବିଭିନ୍ନ ଦେଶରୁ ୨୩୦୦ ଭାରତୀୟଙ୍କୁ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିଭଳି ବାହାର ଦେଶରେ ଫସିଥିବା ବହୁ ଓଡ଼ିଆଙ୍କୁ ମଧ୍ୟ ଏହି ମିଶନରେ ଅଣାଯିବ। ଅନ୍ୟପଟେ ମାଳଦୀପରୁ ୧ ହଜାର ଭାରତୀୟଙ୍କୁ ସମୁଦ୍ର ସେତୁ ଯୋଜନାରେ ସମୁଦ୍ର ରାସ୍ତାରେ ଅଣାଯିବ। ସେହିପରି ସେମାନେ ଫେରିବା ପରେ ସମସ୍ତଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳୟର ଗାଇଡଲାଇନ୍ ପାଳନ କରିବାକୁ ହେବ। ଭାରତରେ ପହଞ୍ଚିବା ମାତ୍ରେ ଆରୋଗ୍ୟ ସେତୁ ଆପରେ ରେଜିଷ୍ଟର କରିବାକୁ ପଡିବ। ସମସ୍ତେ ୧୪ ଦିନ କ୍ୱରେଣ୍ଟାଇନ୍ରେ ରହିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରାଯାଇଛି।