ବେଙ୍ଗାଲୁରୁ,ଏଜେନ୍ସି: ଦୁର୍ନୀତି ମାମଲାରେ କର୍ଣ୍ଣାଟକ ବିଜେପି ବିଧାୟକ ମଦଳ ବିରୁପାକ୍ଷପ୍ପା ଗିରଫ ହୋଇଛନ୍ତି । ତାଙ୍କୁ ତୁମକୁରର କ୍ୟାଥାସନ୍ଦ୍ରା ଟୋଲ ପ୍ଲାଜା ନିକଟରୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ବାରା ଅନ୍ତରୀଣ ଜାମିନ ଖାରଜ ହେବାର କିଛି ଦିନ ପରେ ସେ ଗିରଫ ହୋଇଛନ୍ତି । କର୍ଣ୍ଣାଟକ ସୋପ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ (କେଏସଡିଏଲ) ସମ୍ପର୍କିତ ଏକ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ବିଜେପି ବିଧାୟକ ମଦଳ ବିରୁପାକ୍ଷପ୍ପା ।
ପୁଲିସ ଜେନେରାଲ ସୁବ୍ରମଣ୍ୟସ୍ବରା ରାଓ ସୂଚନା ଦେଇ କହିଛି ଯେ, ବିଧାୟକ ବେଙ୍ଗାଲୁରୁ ଯିବା ସମୟରେ ତୁମକୁରରୁ ତାଙ୍କୁ ଗିରଫ କରାଯାଇଛି । ମାର୍ଚ୍ଚ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ବିଧାୟକଙ୍କ ଅନ୍ତରୀଣ ଜାମିନ ଖାରଜ କରିଥିଲେ । ମଦଳ ବିରୁପାକ୍ଷପ୍ପା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକ । ବିଜେପି ବିଧାୟକଙ୍କ ପୁଅ ପ୍ରଶାନ୍ତ ମଦଳ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ବେରେଜ ବୋର୍ଡର ମୁଖ୍ୟ ଆକାଉଣ୍ଟ ଅଫିସର ଅଛନ୍ତି ସେ ମଧ୍ୟ ଏହି ଦୁର୍ନୀତିରେ ସମ୍ପୃକ୍ତ । ସେ ମାର୍ଚ୍ଚ ୨ରେ ଲୋକାୟୁକ୍ତଙ୍କ ଦ୍ବାରା ଗିରଫ ହୋଇଥିଲେ । ତାଙ୍କ ନାମରେ କର୍ଣ୍ଣାଟକ ସୋପ ଆଣ୍ଡ ଡିଟରଜେଣ୍ଟ ଲିମିଟେଡ (କେଏସଡିଏଲ)ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ରହିଛି ।