କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ କରୋନା: ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ରବିବାର ବିଳମ୍ବିତ ରାତ୍ରିରେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ୟେଦୁରପ୍ପା ଟ୍ଵିଟ୍ କରି ଲେଖିଛନ୍ତି ଯେ, ମୋର କରୋନା ରିପୋର୍ଟ ପଜିଟିଭ୍ ଆସିଛି, କିନ୍ତୁ ବର୍ତ୍ତମାନ ମୁଁ ଠିକ୍ ଅଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୋ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ନିଜର ଓ ତାଙ୍କ ପରିବାର ସୁରକ୍ଷା ପାଇଁ ନିଜକୁ କ୍ୱାରେଣ୍ଟାଇନରେ ରଖିବା ସହିତ କରୋନା ଟେଷ୍ଟ କରାନ୍ତୁ।