କରୋନା ଆକ୍ରାନ୍ତ କନିକାଙ୍କ ଚିକିତ୍ସାକୁ ନେଇ ପରିବାର ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କପୁର କରୋନାରେ ଆକ୍ରାନ୍ତ ହେବାକୁ ନେଇ ଗଣମାଧ୍ୟମରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପିଜିଆଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କନିକାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନଥିବାରୁ ପରିବାର ଲୋକ ଚିନ୍ତିତ ଅଛନ୍ତି। କନିକା ହସ୍ପିଟାଲରେ ଭର୍ତ୍ତି ହେବାକୁ ୧୦ ଦିନ ବିତିଯାଇଥିଲେ ହେଁ ରିପୋର୍ଟ ପଜିଟିଭ ଆସିଛି। କନିକାଙ୍କ ଘର ଲୋକଙ୍କ କହିବାନୁସାରେ, ତାଙ୍କ ପାଖରେ ରୋଗର କୌଣସି ଲକ୍ଷଣ ଦେଖାଯାଉ ନଥିଲେ ବି ଚିକିତ୍ସାରେ ବିଳମ୍ବ କାହିଁକି ହେଉଛି? ପିଜିଆଇ ହସ୍ପିଟାଲର ଡାକ୍ତର କହିଛନ୍ତି କି ଅନେକ ସମୟରେ ରୋଗର ଲକ୍ଷଣ ବାହାରୁ ଦେଖାଯାଏ ନାହିଁ। ଆଉ ଏଭଳି ସ୍ଥିତିରେ ଆମେ କେବଳ ମେଡିକାଲ ରିପୋର୍ଟ ଉପରେ ଭରସା କରିଥାଉ।