ନୂଆଦିଲ୍ଲୀ: ଶ୍ରୀକୀରତପୁର ସାହିବର ବୁଙ୍ଗା ସାହିବରେ କଥିତ କୃଷକ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଗାଡ଼ିକୁ ଆଜି ଘେରି ନେଇଥିଲେ। ପରେ ଚଣ୍ଡୀଗଡ଼଼-ଓନା ହାଇୱେରେ ଭିଡ଼ ଜମିଥିଲା। ପ୍ରଦର୍ଶନକାରୀ ଲଗାତାର ଭାବେ କୃଷକ ଓ ମହିଳାଙ୍କୁ କ୍ଷମା ମାଗିବା ପାଇଁ କଙ୍ଗନାଙ୍କୁ କହିଥିଲେ। ଏନେଇ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ବୟାନ ଜାରି କରିଥିଲେ।
କଙ୍ଗନା କହିଥିଲେ ଯେ, ମୁଁ ହିମାଚଳରୁ ବାହାରିଛି। ପଞ୍ଜାବ ପହଞ୍ଚିବା ପରେ ମୋବ ମୋତେ ଘେରି ନେଇଛନ୍ତି। ସେମାନେ ନିଜକୁ କୃଷକ ବୋଲି କହୁଛନ୍ତି। ଗାଳି ଦେବା ସହ ଜୀବନରୁ ମାରିବାକୁ ଧମକ ଦେଉଛନ୍ତି। ଆମ ଦେଶରେ ଏପରି ମୋବ ଲିଞ୍ଚିଂ ହେଉଛି। ବହୁ ମାତ୍ରାରେ ପୁଲିସ ଉପସ୍ଥିତ ରହିଥିଲେ ମଧ୍ୟ ଆମକୁ ଯିବାକୁ ଦିଆଯାଉ ନାହିଁ। ମୁଁ କ’ଣ କୌଣସି ରାଜନୈତିକ ବ୍ୟକ୍ତି? ଅନେକ ଲୋକ ମୋ ବିରୋଧରେ ରାଜନୀତି କରୁଛନ୍ତି। ଯଦି ମୋ ସହ ସୁରକ୍ଷାବଳ ନଥାନ୍ତେ ତେବେ ସ୍ଥିତି କ’ଣ ହୋଇଥାନ୍ତା।
ଏହାର ଅଳ୍ପ ସମୟ ପରେ କିଛି ଭଲ ଲୋକଙ୍କ ଯୋଗୁ ସେଠାରୁ ବାହାରିଥିବା ନେଇ କଙ୍ଗନା ପୁଣି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ଜଣାଇଥିଲେ।
ସୂଚନାଯୋଗ୍ୟ, ପ୍ରଦର୍ଶନ କରିବା ଲାଗି ୧୦୦ ଟଙ୍କା ଲେଖାଏଁ ଦେଇ ମହିଳାଙ୍କୁ ଅଣାଯାଉଥିବା କଥା କଙ୍ଗନା କୃଷକ ଆନ୍ଦୋଳନ ସମୟରେ କହିଥିଲେ। ସେଥିପାଇଁ ତାଙ୍କୁ ମହିଳାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା।