Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କଙ୍ଗାରୁ କୋର୍ଟ ଦ୍ୱାରା ବାସନ୍ଦ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କଙ୍ଗାରୁ କୋର୍ଟ ଦ୍ୱାରା ବାସନ୍ଦ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଶରଣକୂଳର ଖଲିପାଟଣା-କୋଟରଙ୍ଗ ଅଞ୍ଚଳରେ କଙ୍ଗାରୁ କୋର୍ଟ ଦ୍ୱାରା ବାସନ୍ଦ ହୋଇ ଗାଁ ଛାଡ଼ିଥିବା ୨୦ଟି ପରିବାର ଲୋକେ ନ୍ୟାୟ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗାଁ ଭିଟାମାଟି, ଜମିବାଡ଼ି ଛାଡ଼ି ଅନ୍ୟତ୍ର ବସବାସ କରୁଥିବା ଏହି ଲୋକମାନଙ୍କୁ ସେମାନଙ୍କର ମୌଳିକ ଅଧିକାର ଫେରିପାଇବା ସହ ଗ୍ରାମରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

ବିଭିନ୍ନ ଫୋରମରେ ନ୍ୟାୟ ପାଇବାରୁ ବଞ୍ଚିତ ହେବା ପରେ ଆବେଦନକାରୀମାନେ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ରୁଜୁ ଜନହିତ ମାମଲାରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ, ନୟାଗଡ଼ ଜିଲ୍ଲାପାଳ, ନୟାଗଡ ଆରକ୍ଷୀ ଅଧିକ୍ଷକ, ଓଡ଼ଗାଁ ତହସିଲଦାର, ଶରଣକୂଳ ଥାନା ଅଧିକାରୀ, ଲିଙ୍ଗରାଜ ପାତ୍ର, ଭଗବାନ କର, ଜଗବନ୍ଧୁ ଜେନା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନରେ ଦର୍ଶାଯାଇଛି ଯେ, ଖଲିପାଟଣା-କୋଟରଙ୍ଗ ଅଞ୍ଚଳର ୨୦ ପରିବାର ସ୍ଥାନୀୟ ୩ ବ୍ୟକ୍ତି ବିଶେଷ ଓ ଗ୍ରାମ୍ୟ କମିଟି ଯୋଗୁଁ ଦୀର୍ଘଦିନ ଧରି ନିର୍ଯାତିତ ହୋଇ ଆସୁଥିଲେ। ଏପରିସ୍ଥଳେ ନିର୍ଯାତିତ ପରିବାର କଙ୍ଗାରୁ କୋର୍ଟ ନିର୍ଦ୍ଦେଶ ଫଳରେ ଘରଦ୍ୱାର ଛାଡ଼ି ଦୀର୍ଘ ୨୦ ବର୍ଷରୁ ଊଦ୍ଧ୍ୱର୍ କାଳ ଅନ୍ୟତ୍ର ରହୁଛନ୍ତି। ଏ ସମ୍ପର୍କରେ ୨୦୦୭ ମସିହାରେ ଯୁଧିଷ୍ଠିର କରଣ, ନନ୍ଦ କିଶୋର ଜେନା ଓ ଅନ୍ୟମାନେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଓ ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗପତ୍ରରେ ଦର୍ଶାଇଥିଲେ ଯେ, ଏକ ଛୋଟ ଘଟଣାକୁ ନେଇ କିଛି ବ୍ୟକ୍ତି ବିଶେଷ ଓ ଗ୍ରାମ୍ୟ କମିଟି ସେମାନଙ୍କ ଉପରେ ଜୋରିମାନା ଲାଗୁ କରିଥିଲେ। ତେବେ ସେମାନେ ଜୋରିମାନା ଦେବାକୁ ଅମଙ୍ଗ ହେବାରୁ ଗ୍ରାମ୍ୟ କମିଟି କଙ୍ଗାରୁ କୋର୍ଟ ଡକାଇ ସେମାନଙ୍କୁ ଗାଁରେ ଦଣ୍ଡ ଦେବା ସହିତ ଗାଁରୁ ତଡ଼ି ଦେଇଛନ୍ତି। ସେମାନେ ଗାଁ ଛାଡ଼ି ଦେଲା ପରେ ଅଭିଯୁକ୍ତମାନେ ସେମାନଙ୍କ ଜମି ବାଡ଼ି ଓ ଅନ୍ୟାନ୍ୟ ସମ୍ପତ୍ତି ମାଡ଼ି ବସିଛନ୍ତି।

ସେହିପରି ଅଭିଯୁକ୍ତମାନଙ୍କ ଦ୍ୱାରା କୋଟରଙ୍ଗ ଅଞ୍ଚଳର ମହିଳାମାନେ ଗ୍ରାମ୍ୟ କମିଟି ଦ୍ୱାରା ବେଶୀ ନିର୍ଯାତିତ ହୋଇଛନ୍ତି। ସ୍ଥାନୀୟ ରାଜନୈତିକ ବ୍ୟକ୍ତି ବିଶେଷ, ପ୍ରଶାସନିକ ଅଧିକାରୀଙ୍କ ଛତ୍ରଛାୟା ତଳେ ଅଭିଯୁକ୍ତମାନେ ଜୁଲମ କରି ସେମାନଙ୍କ ନିକଟରୁ ମୁଣ୍ଡ ପିଛା ଶହେ ଟଙ୍କା ଲେଖାଏ ୨୦ ହଜାର ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି।