ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଶ୍ରମିକ

ଫୁଲବାଣୀ,ଏନ୍ଏନ୍ଏସ୍: ଫୁଲବାଣୀ ଥାନା ଅମଲାପଡ଼ା ସାହିରେ ଜଣେ ବ୍ୟକ୍ତିଙ୍କର ଘର କାନ୍ଥରେ ରଙ୍ଗ ଦେଉଥିବାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଅମଲାପାଡାସ୍ଥିତ ଉମେଶ ସୁବୁଦ୍ଧିଙ୍କ ବାଲକୋନୀରେ ଠିଆ ହୋଇ ରିଙ୍କୁ ମୁଖି ନାମକ ଶ୍ରମିକ କାନ୍ଥରେ ରଙ୍ଗ ଦେଉଥିବାବେଳେ ଏଭଳି ଅଘଟଣ ଘଟିଥିଲା। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଫୁଲବାଣୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫୁଲବାଣୀ ଟାଉନ ଥାନା ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।