ଲକ୍ଷ୍ନୌରେ ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିୱାରୀଙ୍କୁ ଗଳାକାଟି ହତ୍ୟା

ଲକ୍ଷ୍ନୌ : ଉତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିୱାରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି । ଖୁର୍ସିଦ୍ ବାଗ୍ ସ୍ଥିତ ହିନ୍ଦୁ ସମାଜ ପାର୍ଟି କାର୍ୟ୍ୟାଳୟକୁ ଚା ପିଇବାକୁ ଆସିଥିବା ଦୁର୍ବୃତ ମିଠା ଡବାରେ ଆଣିଥିବା ଛୁରୀରେ କମଲେଶଙ୍କ ଗଳାକାଟି ଦେଇଥିଲେ । ଗୁରୁତର କମଲେଶଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ପରେ ଦୁର୍ବୃତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ୍ ଘଟଣାସ୍ଥଳରୁ ଛୁରୀ ଓ ଦେଶୀ ବନ୍ଧୁକ ଜବତ କରିବା ସହ ସେଠାରେ ଲାଗିଥିବା ସିସିଟିଭିର ଫୁଟେଜ୍ ଓ କମଲେଶଙ୍କ କଲ୍ ଡିଟେଲ୍ସ ଯାଂଚ କରୁଛି ।
ସୂଚନା ଅନୁଯାୟୀ, ଯେ ହିନ୍ଦୁ ମହାସଭାର ନେତା କମଲେଶ ତିୱାରୀ ଡିସେମ୍ବର ୨୦୧୫ରେ ପୈଗମ୍ବର ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇଥିଲେ । ଏଥିପାଇଁ ସେ ଗିରଫ ମଧ୍ୟ ହୋଇଥିଲେ । ବର୍ତମାନ ସେ ଜାମିନ୍ ରେ ଥିଲେ । ନିକଟରେ ଆହ୍ଲାବାଦ୍ ହାଇକୋର୍ଟର ଲକ୍ଷ୍ନୌ ବେଂଚ ତାଙ୍କ ଉପରେ ଲାଗିଥିବା ଜାତୀୟ ସୁରକ୍ଷା ଆକ୍ଟ କୁ ହଟାଇଥିଲେ ।