ବିଜେପୁର ଉପ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା

ଭୁବନେଶ୍ୱର : ଚଳିତ ଅକ୍ଟୋବର ୨୧ ତାରିଖରେହେବାକୁ ଥିବା ୦୨-ବିଜେପୁର ଉପ ନିର୍ବାନାରେ ମତଦାନ କରିବା ନିମନ୍ତେ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ନିର୍ବାଚନର ପୂର୍ବଦିନ, ନିର୍ବାନ ଦିନ ଓ ନିର୍ବାଚନ ପରଦିନକୁ ମିଶାଇ ମୋଟ ତିନିଦିନ ଛୁଟି ନେଇପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସ୍ୱରାଷ୍ଟ୍ର) ଘୋଷଣା କରିଛନ୍ତି ।ଏତଦବ୍ୟତିତ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ଥିବା କର୍ମଚାରୀମାନେ ତିନିଦିନରୁ ଅଧିକ ଦିନ ନିର୍ବାଚନ କାର୍ୟ୍ୟରେ ନିୟୋଜିତ ଥିଲେ ସେମାନେ ମଧ୍ୟ ଗୋଟିଏ ଦିନ ସ୍ୱତନ ଇଚ୍ଛାଧିନ ଛୁଟି ନେଇପାରିବେ ।