ଚେନ୍ନାଇ,ଏଜେନ୍ସି: ନିଜ ରାଜନୈତିକ ଦଳ ‘ମକ୍କାଲ ନିଧି ମୈୟମ୍’ର ନିର୍ବାଚନୀ ଚିହ୍ନ ପାଇବା ନିମନ୍ତେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା କମଲ ହାସନ ମାଡ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଦଳକୁ ‘ବ୍ୟାଟେରୀ ଟର୍ଚ୍ଚ’ ଚିହ୍ନ ପ୍ରଦାନ ସମ୍ପର୍କରେ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେବା ପାଇଁ କମଲ ହାସନ ପିଟିସନରେ ଉଲ୍ଲେଖ କରିଛନ୍ତି। ୨୦୨୧ରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ତାଙ୍କ ଦଳ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳକୁ ବ୍ୟାଟେରୀ ଟର୍ଚ୍ଚ ଚିହ୍ନ ପ୍ରଦାନ କରିବାକୁ ନିର୍ବାଚନ କମିସନ ମନା କରିଦେଇଥିଲେ।