ଜ୍ୟୋତିରାଦିତ୍ୟା ସିନ୍ଧିଆ କୋରୋନା ସଂକ୍ରମିତ

ଭୋପାଳ,ଏଜେନ୍ସି: କୋରୋନା ସଂକ୍ରମିତ ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ନେଇ ସେ ଟ୍ବଟ କରି ସୂଚନା ଦେଇଛନ୍ତି । ସିନ୍ଧିଆ ଟ୍ବିଟ କରି ଲେଖିଛନ୍ତି ଯେ, ”ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ କୋଭିଡ ପରୀକ୍ଷା କରିଥିଲି। ମୋର ରିପୋର୍ଟ ପଜିଟିଭ ଆସିଛି। ଯେଉଁ ମାନେ ମୋ ସହ କିଛି ଦିନ ହେବ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସତର୍କତା ଅବଲମ୍ବନ କରନ୍ତୁ ଓ ନିକଟସ୍ଥ ହସ୍ପିଟାଲରେ କୋରୋନା ପରୀକ୍ଷା କରିବାକୁ ମୋର ଅନୁରୋଧ।”

ଗତ ୧୬ ତାରିଖରେ ଗ୍ବାଲିଅରରେ ଆମ୍ବେଦକର ମହାକୁମ୍ବରେ ସାମିଲ ହୋଇଥିଲେ ସିନ୍ଧିଆ । ଏହି କାର୍ଯ୍ୟକ୍ରମରେ ସେ ମଧ୍ୟପ୍ରେଦଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ରାଜ୍ୟ ବିଜେପି ସଭାପତି ଭିଡି ଶର୍ମା, କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଭେଟିଥିଲେ।

ଭୁବନେଶ୍ବରରେ ତୃତୀୟ ବୈଠକଗତ ଏପ୍ରିଲ ୧୩ ତାରିଖରେ ସିନ୍ଧିଆଙ୍କ ପୁଅ ମହାନରିୟମାନ ସିନ୍ଧିଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କାଶ ଓ ଥଣ୍ଡା ଲାଗି ରହିବା କାରଣରୁ ସେ କୋରୋନା ପରୀକ୍ଷା କରିଥିଲେ । ଯାହା ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସିନ୍ଧିଆଙ୍କ ପୁଅ ଆଇଶୋଲେଟ ହୋଇଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁରା ପରିବାରର କୋରୋନା ପରୀକ୍ଷା କରାଯାଇଥିଲା।