୮ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦ୍ଦାଫାସ, ନାବାଳକ ମାଷ୍ଟରମାଇଣ୍ଡ

ବାରିପଦା,ଏନ୍ଏନ୍ଏସ୍: ଟଙ୍କା ନିବେଶ କଲେ ଅଧିକ ଲାଭ ଆଶା ଦେଖାଇ ବାରିପଦା ଏବଂ ବାଲେଶ୍ୱରର ଦୁଇ ବ୍ୟକ୍ତିଙ୍କ ଠାରୁ ହୋଇଥିବା ୮ଲକ୍ଷ ଟଙ୍କା ଠକେଇର ପର୍ଦ୍ଦାଫାସ୍ କରିଛି ବାରିପଦା ଟାଉନ୍ ଥାନା ପୁଲିସ। ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ଜଣେ ନାବାଳକଙ୍କୁ ଝାରସୁଗୁଡ଼ାରୁ ଠାବ କରାଯାଇଛି। ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୧୬ ପ୍ୟାରେଡ ପଡ଼ିଆ ଅଞ୍ଚଳର ସେକ୍ ମୁସ୍ତାକଙ୍କ ଅଭିଯୋଗ ଆଧାରରେ ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ ଝାରସୁଗୁଡ଼ାରୁ ନାବାଳକଙ୍କୁ ଠାବ କରି ବାରିପଦା ଆଣିଛି।

ସୂଚନା ଅନୁସାରେ, ବାରିପଦାର ସେକ୍ ମୁସ୍ତାକ ଏବଂ ବାଲେଶ୍ୱରର ସେକ ଅବତାର ଅହମ୍ମଦଙ୍କୁ ଅଧିକ ଲାଭ ଆଶା ଦେଖାଇ ନିର୍ଦ୍ଦିଷ୍ଟ ଏକ କମ୍ପାନୀରେ ଟଙ୍କା ନିବେଶ ପାଇଁ ପ୍ରବର୍ତ୍ତାଯାଇଥିଲା। ଅଧିକ ଲାଭ ଆଶାରେ ବ୍ରେସ୍ ଫକ୍ସ୍ ନାମକ ଏକ କମ୍ପାନୀ ଆକାଉଣ୍ଟରେ ଉପରୋକ୍ତ ଦୁଇ ବ୍ୟକ୍ତି ଗତବର୍ଷ ମାର୍ଚ୍ଚ ୧୦ରୁ ୪ ଲକ୍ଷ କରି ୮ ଲକ୍ଷ ଜମା କରିଥିଲେ। ମାତ୍ର ୧୮ ମାସ ବିତିଯାଇଥିଲେ ମଧ୍ୟ ଟଙ୍କା ନପାଇବାରୁ ପୁଲିର ଦ୍ୱାରସ୍ଥ ହୋଇଥିଲେ ସେକ୍ ମୁସ୍ତାକ। ଏନେଇ ବାରିପଦା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା।