ନୂଆଦିଲ୍ଲୀ: ପୋପ ଷ୍ଟାର ଜଷ୍ଟିନ ବୀବରଙ୍କ ଭାରତୀୟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଜଷ୍ଟିନ ଦୀର୍ଘ ୫ ବର୍ଷ ପରେ ଭାରତରେ ପରଫର୍ମ କରିବାକୁ ଯାଉଛନ୍ତି । ସେ ‘ଜଷ୍ଟିନ ୱାର୍ଲ୍ଡ ଟୁର୍’ ଅନ୍ତର୍ଗତ ଅକ୍ଟୋବର ୧୮ରେ ଦିଲ୍ଲୀ ଆସିବେ । ଏନେଇ ‘ବୁକମାଇଁଶୋ’ ଓ ‘ଏଇଜୀ ପ୍ରେଜେଣ୍ଟସ୍ ଏସିଆ’ର ପ୍ରବକ୍ତା ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ‘ବେବି’, ‘ସୋରୀ’, ‘ଗୋଷ୍ଟ’ ଓ ‘ଲୋନଲୀ’ ଭଳି ପ୍ରସିଦ୍ଧ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିବା କାନାଡାଇ ଗାୟକ ମେ’ ୨୦୨୨ରୁ ୨୦୨୩ ପର୍ଯ୍ୟନ୍ତ ୩୦ରୁ ଅଧିକ ଦେଶ ଯାତ୍ରା କରିବେ । ଏହି ସମୟରେ ୧୨୫ରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମରେ ପରଫର୍ମ କରିବେ ବୋଲି ଜଣାପଡ଼ିଛି ।