Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜୁନାଗଡ ଗଣଦୁଷ୍କର୍ମ ଘଟଣାରେ ୭ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜୁନାଗଡ ଗଣଦୁଷ୍କର୍ମ ଘଟଣାରେ ୭ ଗିରଫ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାର ବହୁଚର୍ଚ୍ଚିତ ଜୁନାଗଡ଼ ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ କରିଛି କଳାହାଣ୍ଡି ପୁଲିସ୍। ଏହି ଘଟଣାରେ ଦୁଷ୍କର୍ମର ଶିକାର ହୋଇଥିଲେ ଏଏନ୍ଏମ୍ ଛାତ୍ରୀ। ଡାକ୍ତରୀମାଇନା ପରେ ଯୁବତୀକୁ ଲିଫ୍ଟ ଦେଇଥିବା ପର୍ଲାର ନରେନ୍ଦ୍ର ଶବରକୁ ପୁଲିସ୍ ଅଟକରଖି ପଚରାଉଚୁରା କଲାପରେ ୪ ମୁଖ୍ୟ ଅଭିଯୁକ୍ତ ସମେତ ୭ଜଣଙ୍କୁ ଏହି ଘଟଣାରେ ଗିରଫ କରିଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧର ପ୍ରକାଶ କରିଛନ୍ତି।

ଗତ ୧୪ ତାରିଖରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୀଡ଼ିତା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ନିର୍ବାଚନମଣ୍ଡଳୀରେ ଏଭଳି ଘଟଣା ଘଟିଥିବାରୁ ମନ୍ତ୍ରୀ ପୁଲିସକୁ କଡ଼ା ତାଗିଦ୍ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ କଳାହାଣ୍ଡି ପୁଲିସ୍ କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ଘଟଣାକୁ ଗମ୍ଭୀରତା ନେଇ ରାଜ୍ୟ ମହିଳା କମିଶନ ମୀନତି ବେହେରା ମଙ୍ଗଳବାର ଜୁନାଗଡ଼ ଆସି ସ୍ଥିତି ଅନୁଧ୍ୟାନ କରିଫେରିଛନ୍ତି। ତେବେ ଘଟଣାରେ ସମ୍ପୃକ୍ତ ଥିବା ୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକକୁ ଗିରଫ କରିଛି ପୁଲିସ।

ଗିରଫ ଅଭିଯୁକ୍ତମାନେ ହେଲେ ଅମିତ ନାଏକ(୩୦), ଲୋକୁ ପ୍ରକାଶ ନାଏକ(୨୨), ଶାନ୍ତ ନାଏକ(୨୪), ବକ୍ସିତୁଲସୀପାଲୀ ଗ୍ରାମର ଘଣ୍ଟୁ ବିନୋଦ ନାଏକ(୩୨), କୋକସରା ଥାନାସ୍ଥିତ ତେନ୍ତୁଳିପଡ଼ାର ଟିକାମଣୀ ପୌଢ଼(୩୨), ବାମନିଗୁଡ଼ାର ସ୍ୱୟଂବର ବାଗ(୩୦) ଓ ଅନ୍ୟ ଏକ ୧୬ ବର୍ଷ ନାବାଳକ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନାସ୍ଥିତ ବକ୍ସିତୁଲସୀପାଲୀ ଗ୍ରାମର ବୋଲି ଜଣାପଡ଼ିଛି।

ଏମାନେ ପୀଡ଼ିତାଙ୍କ ଭିଡିଓ କରି ଭାଇରାଲ୍ କରିଥିବା ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ଅନ୍ୟ ୨ଜଣ ଫେରାର୍ ଥିବା ପୁଲିସ୍ ସୂଚନା ଦେଇଛି।

ଗତ ୧୪ ସେପ୍ଟେମ୍ବରରେ ୨୨ବର୍ଷର ଜଣେ ଏଏନଏମ୍ ଛାତ୍ରୀ ଜଣେ ୪୦ ବର୍ଷର ଯୁବକ ସହିତ ଭବାନୀପାଟଣାରୁ ବାଇକରେ ଜୁନାଗଡ଼ ଯାଉଥିବା ବେଳେ ବାଟରେ ସେ ଦୁହେଁ ବନମାଳୀପୁରସ୍ଥିତ ଜଙ୍ଗଲରେ ବସିଥିଲେ। ହେଲେ ଏହି ଜଙ୍ଗଲରେ ପୂର୍ବରୁ ୯ଜଣ ଯୁବକ ବଣଭୋଜି କରୁଥିଲେ। ଏମାନେ ଉଭୟ ଯୁବକ ଏବଂ ଯୁବତୀକୁ ଦେଖି ଏହାର ସୁଯୋଗ ନେଇ ଉକ୍ତ ଛାତ୍ରୀଙ୍କୁ ଛୁରୀ ଦେଖାଇ ଦୁଷ୍କର୍ମ କରିବାସହ ଭିଡିଓ ସୁଟିଂ କରିଥିଲେ।

ଘଟଣାର ୯ଦିନ ପରେ ଭିଡିଓ ଭାଇରାଲ ହୋଇଥିଲା। ପୁଲିସ୍ ଭିଡିଓ ପାଇବାରୁ ୨ଜଣ ଯୁବକ ଏବଂ ଯୁବତୀକୁ ଥାନାକୁ ଡକାଇ ପଚରାଉଚୁରା କରିଥିଲେ। କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧର ଏହି ଘଟଣାକୁ ତଦନ୍ତ କରିଥିଲେ।