‘ଲିପ୍ଟ ଦେଇଥିବା ଲଳିନ୍ଦ୍ର ମୁଖ୍ୟ ଖଳନାୟକ’: ରାସ୍ତାକୁ ଓହ୍ଲାଇବ ବିଜେପି

ଭୁବନେଶ୍ୱର, ବହୁଚର୍ଚ୍ଚିତ ଜୁନାଗଡ ଗଣଦୁଷ୍କର୍ମ ମାମଲା ଏବେ ନୂଆ ମୋଡ ନେଇଛି। ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଖସାଇଦେବା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଆନ୍ଦୋଳନ ଧମକ ଦେଇଛି। ତୁରନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରା ନଗଲେ ରାଜରାସ୍ତାକୁ ଓହ୍ଲାଇବା ସହ ଏସପି ଅଫିସ୍ ଘେରାଉ କରାଯିବ ବୋଲି ବିଜେପି ସଭାବପତି ବସନ୍ତ ପଣ୍ଡା, ଲେଖାଶ୍ରୀ ସାମନ୍ତସିଂହାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚେତାବନୀ ଦେଇଛନ୍ତି।

ପୀଡ଼ିତା କହିଛନ୍ତି,“ଘଟଣା ଦିନ ମୁଁ ଭବାନୀପାଟଣାର ଏକ କ୍ଲିନିକକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିଲି। ଫେରୁଥିବା ବେଳେ ବସ୍‌ ଷ୍ଟାଣ୍ଡରେ ମୋର ଲଳିନ୍ଦ୍ର ସହ ଭେଟ ହୋଇଥିଲା। ସେଠାରୁ ମୋତେ ସେ ଲିଫ୍ଟ ଦେଇଥିଲା। ତା’ ସହ ଆସିବାବେଳେ ସେ ବନମାଳିପୁର ନିକଟରେ ବାଇକ୍‌ ରଖି ଦେଇଥିଲା। ସେଠାରୁ ୬ ଜଣ ଯୁବକ ଆସି ମୋତେ ଉଠାଇ ନେଇଗଲେ। ଲଳିନ୍ଦ୍ର ପ୍ରଥମେ ଦୁଷ୍କର୍ମ କରିଥିଲା। ତା’ ପରେ ଅନ୍ୟମାନେ ମଧ୍ୟ ଦୁଷ୍କର୍ମ କରିଥିଲେ।”

ସେ ଆହୁରି କହିଛନ୍ତି,“ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦରକାର। ଲଳିନ୍ଦ୍ର ଘଟଣାର ମୁଖ୍ୟ ଖଳନାୟକ। ଯଦି ତାକୁ ଛାଡ଼ି ଦିଆଯାଏ, ତାହାହେଲେ ମୁଁ ଆତ୍ମହତ୍ୟା କରିବି।” ମୁଁ ଜଣେ ଗରିବ ଘରର ଝିଅ। ମୋତେ ନ୍ୟାୟ ମିଳୁ ବୋଲି ପୀଡ଼ିତା କହିଛନ୍ତି।

ଅପରପକ୍ଷେ ଏହି ଘଟଣା ନେଇ ଆଜି ବିଜେପି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏକ ପ୍ରେସ୍‌ ମିଟ୍‌ରେ କହିଛନ୍ତି, ପୁଲିସ୍‌ ପ୍ରଥମେ ୧୦ ଜଣଙ୍କୁ ଅଟକ ରଖିଥିଲା। କିନ୍ତୁ ପରେ ଡ୍ରାଇଭର ଲଳିନ୍ଦ୍ରକୁ ଛାଡ଼ି ଦେଇଛି। ଲଳିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରବୋଧ ରଥଙ୍କର ‘ସୁଭଦ୍ରା’ ବସ୍‌ର ଡ୍ରାଇଭର। ତାକୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବଡ଼ ଭୂମିକା ରହିଥିବା ସେ ଅଭିଯୋଗ ଆଣିଛନ୍ତି ।