ସାମ୍ବାଦିକଙ୍କୁ ଆଗଧାଡ଼ିର ଯୋଦ୍ଧା ରୂପେ ମାନ୍ୟତା ମିଳୁ: ଦେବେନ୍ଦ୍ର ଫଡ଼ଣାବିସ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣାବିସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆଗଧାଡ଼ିର ଯୋଦ୍ଧା ରୂପେ ମାନ୍ୟତା ଦେଇ ଟିକାକରଣ କରିବାକୁ କହିଛନ୍ତି।

ଫଡଣାବିସ କହିଛନ୍ତି ଯେ, ଦେଶର ୧୨ଟି ରାଜ୍ୟ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆଗଧାଡ଼ିର ଯୋଦ୍ଧାର ମାନ୍ୟତା ଦେଇ ଟିକାକରଣ କରାଇଛନ୍ତି। ଦୁର୍ଭାଗ୍ୟବଶତଃ ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ଏନେଇ ନିଷ୍ପତ୍ତି ନିଆଯାଇ ନାହିଁ। ଏହି ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରୀରେ ଅନେକ ମିଡିଆକର୍ମୀ ପ୍ରାଣ ହରାଇଛନ୍ତି। ସାମ୍ବାଦିକଙ୍କୁ ସୁରକ୍ଷା ପ୍ରଦାନ କରିବା ଆମ ଦାୟିତ୍ୱ। ଓଡ଼ିଶା, ମଧ୍ୟପ୍ରଦେଶ, ବିହାର, ପଞ୍ଜାବ ଓ ପଶ୍ଚିମବଙ୍ଗରେ ସାମ୍ବାଦିକଙ୍କୁ ଆଗଧାଡ଼ିର ଯୋଦ୍ଧା ରୂପେ ମାନ୍ୟତା ପ୍ରଦାନ କରାଯାଇଛି।