ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବରଗଡ଼, ଏନ୍ଏନ୍ଏସ୍: କରୋନା ସଂକ୍ରମଣ ନେଇ ସବୁଠି ଭୟର ବାତାବରଣ ଥିବାବେଳେ ସାମ୍ବାଦିକମାନେ ଖବର ପରିବେଷଣ କରି ନିଜର ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ତେଣୁ ଏହି କରୋନା ଯୋଦ୍ଧାଙ୍କୁ ବରଗଡ଼ରେ ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ମଂଚର ଆବାହକ ପବିତ୍ର ଦେହେରୀ ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରାରମ୍ଭରେ ଦିବଂଗତ ସାମ୍ବାଦିକଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା । ଚାଷୀ ନେତା ଲିଙ୍ଗରାଜଙ୍କ ସମେତ ସମ୍ବିଧାନ ସୁରକ୍ଷା ମଂଚର ସମାଜସେବୀ ରମେଶ ମହାପାତ୍ର, ଭବାନୀ ପ୍ରସାଦ ସାହୁ, ଅଲିମ ରିଜଭି, ସ୍ୱାମୀ ଧ୍ୟାନ ଦୀପ ଓ ଆଇନଜୀବୀ ରମେଶ ପତି ପ୍ରମୁଖ ସମସ୍ତଙ୍କୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ସାମ୍ବାଦିକଙ୍କୁ ପୁଷ୍ପମାଲ୍ୟ ସହ ସାନିଟାଇଜର ଓ ମାସ୍କ ଆଦି ଦେଇ ସମ୍ମାନିତ କରାଯାଇଥିଲା ।