ବଡ଼ମାଲ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ, ୮ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ

ଝାରସୁଗୁଡ଼ା: ବଡ଼ମାଲ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଆଜି ବିଜୁ ହାଇୱେ ରାସ୍ତା ବଡ଼ମାଲଠାରେ ବିଭିନ୍ନ ଯାନବାହନ ଯାଞ୍ଚ କରାଯାଇଛି। ଏଥିରେ ନିୟମ ଉଲଂଘନ କରି ଗାଡ଼ି ଚଳାଉଥିବା ୩୧ ଜଣଙ୍କଠାରୁ ୧୬ ହଜାର ୮୭୫ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏଥିସହ ୮ଜଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯାଇଥିବା ବଡ଼ମାଲ ପୁଲିସ ସୂଚନା ଦେଇଛି ।

ସୂଚନାନୁଯାୟୀ, ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଥିଲେ ହେଁ ଝାରସୁଗୁଡ଼ାରେ ଅନେକ ଅମାନିଆ ଟ୍ରାଫିକ ନିୟମକୁ ଖୋଲାଖୋଲି ଉଲଂଘନ କରୁଥିଲେ। ସେମାନଙ୍କୁ ସାବାଡ଼ କରିବା ସହ ଜିଲ୍ଲାରେ ଟ୍ରାଫିକ ନିୟମର କଡ଼ାକଡି ପାଳନ ପାଇଁ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହେଇଛି।