ପ୍ରକାଶ ପାଇଲା JEE MAIN ସେସନ୍-୧ ରେଜଲ୍ଟ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରକାଶ ପାଇଲା ୨୦୨୨ JEE (Joint Entrance Examination) ମେନ ସେସନ୍-୧ ପରୀକ୍ଷା ଫଳ । ଜୁନ୍ ୨୩ରୁ ୨୯ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାର ରେଜଲ୍ଟ ଆଜି(ସୋମବାର) ପ୍ରକାଶ ପାଇଛି ।

ଏନ୍‌ଟିଏର ଅଫିସିଆଲ୍ ୱେବସାଇଟ jeemain.nta.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ପରୀକ୍ଷାର୍ଥୀମାନେ ଏହି ୱେବସାଇଟକୁ ଯାଇ ନିଜ ପରୀକ୍ଷାଫଳ ଦେଖିପାରିବେ ।ଏହି ରେଜଲ୍ଟ ଅନୁସାରେ BE/BTechରେ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ । ଜୁଲାଇ ୨୧ରୁ ୩୦ ପର୍ଯ୍ୟନ୍ତ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ହେବାକୁ ଥିବା ବେଳେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୯ ତାରିଖରେ ଶେଷ ହୋଇଛି ।

ସୂଚନାଅନୁସାରେ, ଦେଶରେ ସମୁଦାୟ ୫୦୧ଟି ଏବଂ ବିଦେଶରେ ୨୨ଟି ପରୀକ୍ଷା କେନ୍ଦ୍ର ଏବଂ ଓଡିଶାରେ ୨୪ଟି ସହରରେ ପରୀକ୍ଷା ହୋଇଥିଲା । ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁ ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ ପରୀକ୍ଷା କରାଯାଇଥିଲା ।