ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଚକାପାଦ,ଏନ୍‌ଏନ୍‌ଏସ୍‌: ଚକାପାଦ ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ବ୍ଲକ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ବୈନେତ୍ରୀ କହଁର, ଉପାଧ୍ୟକ୍ଷ ସୋମନାଥ ବେହେରା, ଜିଲ୍ଲା ପରିଷଦ ସଭ୍ୟା ରଚନା ବେହେରା, ବାଲିଗୁଡ଼ା ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଫୁଲବାଣୀ ଓ ପ୍ରତ୍ୟେକ ଲାଇନ ବିଭାଗରୁ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ସମୁଦାୟ ୭୨ଟି ଅଭିଯୋଗ ପଞ୍ଜିକରଣ ହୋଇଥିବାବେଳେ ୫ଟି ସାମୂହିକ ଥିଲା । ନୂତନ ଭାବେ ଯୋଗ ଦେଇଥିବା ଚକାପାଦ ବିଡିଓ ହୃଦୟ ରଞ୍ଜନ ସାହୁ, ସହକାରୀ ଯନ୍ତ୍ରୀ ଦେବୀ ପ୍ରସନ୍ନ ରାଉତ ଓ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।