ନୂଆଦିଲ୍ଲୀ: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଋଷ, ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନ ଓ ଚୀନକୁ ନେଇ ୩ଟି ବଡ଼ ଭବିଷ୍ୟବାଣୀ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ହୋଇଥିବା ହିନ୍ଦୁସ୍ତାନ ଟାଇମ୍ସ ଲିଡରସିପ ସମିଟରେ ସମ୍ବୋଧନ କରବା ଅବସରରେ ଯୁଦ୍ଧରେ ୟୁକ୍ରେନଠାରୁ ପୁତିନ ହାରିବେ ବୋଲି ଜନସନ କହିଛନ୍ତି । ପୁତିନ ଏହାର ଯୋଗ୍ୟ ମଧ୍ୟ ଏବଂ ସେ ଏମିତି ଯୁଦ୍ଧ ଲଢ଼ୁଛନ୍ତି ଯାହାକୁ କେବେ ବି ଜିତି ହେବନାହିଁ ବୋଲି ଜନସନ ସ୍ପଷ୍ଟ ଭାବେ କହିଛନ୍ତି।
ଜୋନସନଙ୍କ ଦ୍ୱିତୀୟ ଭବିଷ୍ୟତବାଣୀଟି ହେଲା ସୈନ୍ୟ ଉପକରଣ ରପ୍ତାନୀକୁ ନେଇ ଋଷର ସ୍ଥିତି ବିଗିଡ଼ିବ । ଋଷ ଦୁର୍ବଳ ଏବଂ ଚୀନ ଶକ୍ତିଶାଳୀ ହେବ ବୋଲି ଜନସନ ତାଙ୍କ ତୃତୀୟ ଭବିଷ୍ୟବାଣୀରେ କହିଛନ୍ତି ।