ଗୁଜରାଟ ନିର୍ବାଚନ ପାଇଁ କଂଗ୍ରେସର ଘୋଷଣା ପତ୍ର

ଗୁଜରାଟ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି । ଏଥିରେ ୧୦ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ଓ ଔଷଧ ମାଗଣା କରିବାକୁ ନେଇ ଘୋଷଣା କରାଯାଇଛି । ରାଜ୍ୟରେ ଯଦି କଂଗ୍ରେସ ସରକାର ଗଠନ କରେ ତେବେ କୃଷକଙ୍କ ୩ଲକ୍ଷ ପର୍ଯ୍ୟନ୍ତ ଋଣ ଛାଡ଼ କରାଯିବ ବୋଲି ମଧ୍ୟ କଂଗ୍ରେସ କହିଛି ।

ଘୋଷଣାପତ୍ର ଅନୁସାରେ, ମହିଳାଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ସରକାରୀ ଓ ଅର୍ଦ୍ଧ ସରକାରୀ କ୍ଷେତ୍ରରେ ୧୦ଲକ୍ଷ ଖାଲି ପଡ଼ିଥିବା ପଦ ପାଇଁ ଭର୍ତ୍ତି ପ୍ରକ୍ରିୟା ପୂରଣ କରାଯିବ । ବେରୋଜଗାର ଯୁବବର୍ଗଙ୍କୁ ମାସିକ ୩ହଜାର ଟଙ୍କା ଭତ୍ତା ପ୍ରଦାନ କରାଯିବ । ପାର୍ଟି ପକ୍ଷରୁ ମହାତ୍ମା ଗାନ୍ଧୀ ସାର୍ବଭୌମିକ ଶିକ୍ଷା ନୀତି ଅଣାଯିବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି ।