ବଦଳିବ ଯୋଗୀଙ୍କ କ୍ୟାବିନେଟ

  • ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର କ୍ୟାବିନେଟ ଅଦଳବଦଳ କରିବ। ଆସନ୍ତାକାଲି ବିଜେପିର ୱାର୍କିଂ କମିଟିରେ ସମ୍ଭାବ୍ୟ କ୍ୟାବିନେଟ ଅଦଳବଦଳ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି।
    ସୂତ୍ର ଅନୁସାରେ, ଯୋଗୀ ଆଦିତ୍ୟନାଥ ସରକାରଙ୍କ କାର୍ଯ୍ୟକଳାପ ଉପରେ ଲୋକଙ୍କ ସହ କିଛି ଦଳୀୟ ନେତା ଖୁସି ନାହାନ୍ତି। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଥିବାରୁ ବିଜେପି ଏହାକୁ ତୁଟାଇବାକୁ ଚାହୁଁଛି। ଏହି କାରଣରୁ ଯୋଗୀଙ୍କ କ୍ୟାବିନେଟକୁ ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛି ଦଳ।
    ଆସନ୍ତାକାଲି ଦଳର ୱାର୍କିଂ କମିଟି ବୈଠକ ବସିବ। ଏଥିରେ ୨୦୨୨ ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ଆଲୋଚନା ହେବ। ନିର୍ବାଚନ ରଣନୀତି ବ୍ୟତୀତ ସମ୍ଭାବ୍ୟ କ୍ୟାବିନେଟ ସଂପ୍ରସାରଣ ବିଷୟରେ ମଧ୍ୟ ବରିଷ୍ଠ ନେତାମାନେ ପରସ୍ପର ସହ ବିଚାରବିମର୍ଶ କରିବେ। ଏହାପରେ ଖୁବଶୀଘ୍ର କ୍ୟାବିନେଟ ସଂପ୍ରସାରଣ ସମ୍ପର୍କରେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।