ବାଇଡେନଙ୍କ କୀଭ ଗସ୍ତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ଗସ୍ତ କରିଛନ୍ତି । ବାଇଡେନ ହଠାତ ୟୁକ୍ରେନ ରାଜଧାନୀ କୀଭ ଗସ୍ତ କରି ସମସ୍ତଙ୍କୁ ଚକିତ କରିଛନ୍ତି । ବାଇଡେନ କୀଭରେ ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦମିର ଜେଲନସ୍କୀଙ୍କୁ ମଧ୍ୟ ଭେଟିଛନ୍ତି । ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହା ହେଉଛି ବାଇଡେନଙ୍କ ପ୍ରଥମ ୟୁକ୍ରେନ ଗସ୍ତ । ଏହି ପରିପ୍ରେକ୍ଷୀରେ କୀଭକୁ ୫୦ କୋଟି ଡଲାରର ଅତିରିକ୍ତ ସୈନ୍ୟ ସହାୟତା ଦେବାନେଇ ମଧ୍ୟ ବାଇଡେନ ଘୋଷଣା କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୁରିବାକୁ ଯାଉଛି । ୨୦୨୨ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଋଷ ପ୍ରଥମେ ଆକ୍ରମଣ କରିଥିଲା । ଏହାପରଠୁ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି ।