ରାମ ମନ୍ଦିର ମହାଯଜ୍ଞ ପାଇଁ ଯୋଧପୁରରୁ ପହଞ୍ଚିବ ୬୦୦ କିଲୋ ଘିଅ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶସ୍ଥିତ ଅଯୋଦ୍ଧାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୨୨ରେ ଗର୍ଭ ଗୃହରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା କରିବେ । ଏହି ଅବସରରେ ଅଖଣ୍ଡ ଜ୍ୟୋତିକୁ ପ୍ରଜ୍ଜ୍ୱଳିତ କରିବା ପାଇଁ ଯୋଧପୁରରୁ ୬୦୦ କିଲୋ ସୁଦ୍ଧ ଦେଶୀ ଘିଅ ଅଯୋଦ୍ଧା ପଠାଯାଇଛି । ଖାସ୍ କଥାଟି ହେଲା, ଯୋଧପୁରରୁ ୫ ଷଣ୍ଢ ବିଶିଷ୍ଟ ରଥରେ ୧୦୮ କଳସରେ ଘିଅ ଭର୍ତ୍ତି କରି ପଠାଯିବ । ଏହି ରଥ ସହ ଛୋଟ ଶିବ ଲିଙ୍ଗ ପଠାଯିବ । ଏହାସହ ଯେଉଁ ଆରତୀ କରାଯିବ ସେଥିପାଇଁ ମଧ୍ୟ ଖାସ୍ ଗାଈ ଘିଅ ବ୍ୟବହାର କରାଯିବ ।