Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମାଓବାଦୀଙ୍କ ବିରୋଧରେ ପୁଣି ଗର୍ଜିଲେ ଯୋଡାମ୍ବ ପଞ୍ଚାୟତବାସୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମାଓବାଦୀଙ୍କ ବିରୋଧରେ ପୁଣି ଗର୍ଜିଲେ ଯୋଡାମ୍ବ ପଞ୍ଚାୟତବାସୀ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୁଣି ଗର୍ଜିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯୋଡାମ୍ବ ପଞ୍ଚାୟତବାସୀ। ସ୍ୱାଭିମାନ ଅଞ୍ଚଳ ଆଦିବାସୀ ବିକାଶ ଶାନ୍ତି ପରିଷଦର ଆହ୍ୱାନ କ୍ରମେ ଏହି ପ୍ରଜାମେଳି ଦାରଲାବେଡା ଠାରେ ହୋଇଥିଲା। ସ୍ୱାଭିମାନ ଅଞ୍ଚଳବାସୀଙ୍କ ଅଭିଯୋଗ ହେଉଛି, ପୂର୍ବେ ସଡକପଥରେ ଯୋଗାଯୋଗ ନଥିବା ଯୋଗୁଁ ଅଞ୍ଚଳର ବିକାଶ ହୋଇପାରୁନଥିଲା। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ସରକାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସେଠାରେ ପହଞ୍ଚିପାରୁଛି। ହେଲେ ମାଓବାଦୀମାନେ ହିଁ ବିକାଶରେ ବାଧା ଦେଉଛନ୍ତି। ନିରୀହ ଆଦିବାସୀଙ୍କୁ ପୋଲିସ ଇନଫର୍ମର କହି ଅତି ନିର୍ମମ ଭାବେ ହତ୍ୟା କରିବାସହ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜି ଦେଉଛନ୍ତି। ଯାହାଦ୍ୱାରା କି ନିରୀହ ଆଦିବାସୀ ମୃତ୍ୟୁ ମୁଖରେ ପଡୁଛନ୍ତି। ସବୁଠାରୁ ବଡ଼ ଅଭିଯୋଗ ହେଲା ମାଓବାଦୀମାନେ ସବୁବେଳେ ଏହି ନିରୀହ ଆଦିବାସୀଙ୍କ ପାଇଁ ଲଢ଼ୁଥିବା କହୁଛନ୍ତି। ଯଦି ପ୍ରକୃତରେ ସେମାନେ ଲଢ଼ୁଛନ୍ତି ତାହେଲେ କାହିଁକି ଯୋଡାମ୍ବ ଗ୍ରାମକୁ ପୋଡ଼ିଦେଲେ ବୋଲି ପ୍ରଶ୍ନ କରିଛନ୍ତି। ମାଓବାଦୀମାନେ କୁନି କୁନି ପିଲାଙ୍କୁ ମଧ୍ୟ ନିଜ ମାଓ ସଂଗଠନରେ ଜୋର ଜବରଦସ୍ତି ମିଶାଇବା ନିମନ୍ତେ ବାଧ୍ୟ କରୁଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନିଜ ଗ୍ରାମରେ ପହଞ୍ଚାଇ ନିଜ ଅଞ୍ଚଳକୁ ବିକାଶ ପଥରେ ଆଗେଇବା ସହ ହିଂସା ନୁହେଁ ବରଂ ଶାନ୍ତି ଚାହୁଁଛନ୍ତି ବୋଲି ପ୍ରଜାମେଳି ମାଧ୍ୟମରେ ଆହ୍ୱାନ ଦେଇଛନ୍ତି।