ୱାସିଂଟନ୍,ଏଜେନ୍ସି: ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ଜୋ ବାଇଡ଼େନ୍ ସର୍ବାଧିକ ଭୋଟରେ ନିର୍ବାଚିତ ହେବା ପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି କି ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ, କେବଳ ୟୁନାଇଟେଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ। ବିଭାଜନ ନୁହେଁ ଯୋଡିବା ହେବ ପ୍ରାଥମିକତା। ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ବାଇଡ଼େନ୍।
ସେପଟେ ଆମେରିକାର ପ୍ରଥମ ମହିଳା ତଥା ଉପ ରାଷ୍ଟ୍ରପତି ଭାବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ ବିଜୟୀ ହେବା ପରେ ସେ ମଧ୍ୟ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି କି ଯେତେବେଳେ ସେ ତାଙ୍କ ମାଆଙ୍କ ସହିତ ଭାରତରୁ ଆମେରିକା ଆସିଥିଲେ ସେ ଏ ବିଷୟରେ ଚିନ୍ତା ବି କରିନଥିଲେ। ଆଉ ଏବେ ଏହି ବିଜୟର ଶ୍ରେୟ ସେ ମା’ଙ୍କୁ ଦେଇଛନ୍ତି।