ଏୟାର୍‌ଟେଲ୍ ଓ ଭୋଡା ପରେ ଜିଓ ବଢ଼ାଇଲା ଦର

ମୁମ୍ବାଇ,ଏଜେନ୍ସି: ମୁକେଶ ଅମ୍ବାନୀ ପରିଚାଳିତ ଜିଓ ଆଜି ନିଜର ପ୍ରିପେଡ୍ ଟାରିଫ୍ ପ୍ଲାନରେ ୨୦% ପର୍ଯ୍ୟନ୍ତ ବୃଦ୍ଧି କରିଛି। ପୂର୍ବରୁ ଭାରତୀୟ ଟେଲିକମ୍ ସେକ୍ଟରର ଅନ୍ୟତମ ଦୁଇ ପ୍ରମୁଖ କମ୍ପାନୀ ଏୟାର୍‌ଟେଲ୍ ଓ ଭୋଡା ମଧ୍ୟ ଟାରିଫ୍ ପ୍ଲାନ୍‌ରେ ବୃଦ୍ଧି କରିଛନ୍ତି। ଜିଓର ବର୍ଦ୍ଧିତ ଦର ୧, ଡିସେମ୍ବରରୁ ଲାଗୁହେବ। ଦରବୃଦ୍ଧି ସତ୍ତ୍ୱେ ଜିଓର ପ୍ଲାନ୍ ସବୁଠୁ ଶସ୍ତା ରହିବ ବୋଲି ଜିଓ ତରଫରୁ ଏକ ବିବୃତି ଜାରି କରି କୁହାଯାଇଛି।

୭୫ ଟଙ୍କିଆ ପ୍ଲାନ୍ ୯୧ଟଙ୍କାରେ, ୧୨୯ ଟଙ୍କିଆ ପ୍ଲାନ୍ ୧୫୫ ଟଙ୍କାରେ, ୧୪୯ ଟଙ୍କିଆ ପ୍ଲାନ୍ ୧୭୯ ଟଙ୍କାରେ, ୧୯୯ ଟଙ୍କିଆ ପ୍ଲାନ୍ ୨୩୯ ଟଙ୍କାରେ, ୨୪୯ ଟଙ୍କିଆ ପ୍ଲାନ୍ ୨୯୯ ଟଙ୍କା, ୩୯୯ ଟଙ୍କିଆ ପ୍ଲାନ୍ ୪୭୯ ଟଙ୍କାରେ, ୪୪୪ ଟଙ୍କିଆ ପ୍ଲାନ୍ ୫୩୩ ଟଙ୍କାରେ, ୩୨୯ ଟଙ୍କିଆ ପ୍ଲାନ୍ ୩୯୫ ଟଙ୍କାରେ, ୫୫୫ ଟଙ୍କିଆ ପ୍ଲାନ୍ ୬୬୬ ଟଙ୍କାରେ, ୫୯୯ ଟଙ୍କିଆ ପ୍ଲାନ୍ ୭୧୯ ଟଙ୍କାରେ, ୫୯୯ ଟଙ୍କିଆ ପ୍ଲାନ୍ ୭୧୯ ଟଙ୍କାରେ ଉପଲବ୍‌ଧ ରହିବ। ସମ୍ପୂର୍ଣ୍ଣ ଟାରିଫ୍ ପ୍ଲାନ୍ କମ୍ପାନୀର ୱେବ୍‌ସାଇଟ୍‌ରେ ଉପଲବ୍‌ଧ ରହିଛି।