ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୭୫ ୟୁନିଟ୍ ରକ୍ତ ସଂଗୃହୀତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳବଜାରସ୍ଥିତ ସ୍ପୋର୍ଟସ କମ୍ପେ୍ଲକ୍ସ ଅଡିଟୋରିୟମରେ ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓଡ଼ିଶା-ମୋ ପରିବାର’ କାର୍ଯ୍ୟକ୍ରମ ଅନୁକୂଲ୍ୟରେ ଏକ ରାକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ନବ କିଶୋର ଦାସ ଏବଂ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ରକ୍ତଦାନ ଶିବିରର ଶୁଭାରମ୍ଭ କରିଥିଲେ। ଆଜିର  ଶିବିରରେ ମୋଟ୍ ୭୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଜିଲ୍ଲା ରକ୍ତ ଭଣ୍ଡାରକୁ ପ୍ରଦାନ କରାଯାଇଛି। ଏଥିରେ ବିଜେଡ଼ିର ଦଳୀୟ କର୍ମୀଙ୍କ ସମେତ ସ୍ୱେଚ୍ଛାସେବୀମାନେ ସାମିଲ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।


ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳର ପିଣ୍ଟୁ ପାଢୀ, ତ୍ରୀନାଥ ଗୋୟଲ, ସନ୍ଦୀପ ଅବସ୍ତି, ଅରବିନ୍ଦ ବାରିକ, ରବି ସିଂ, ତାପସ ରାୟ ଚୌଧୁରୀ, ମନୋରଞ୍ଜନ ମହାପାତ୍ର, ହରିଶ ଠକ୍କର, ପ୍ରଶାନ୍ତ ଜେନା, ଜୟ ପ୍ରକାଶ କୁଅଁର, ଜୟ କୁମାରୀ ପଟେଲ ପ୍ରମୁଖଙ୍କସହ ଜିଲ୍ଲା ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲୋ ଝାରସୁଗୁଡା ବ୍ଲଡ ବ୍ୟାଙ୍କର କର୍ମଚରୀମାନେ ରକ୍ତ ସଂଗ୍ରହ କରିଥିଲେ।