ଝାରସୁଗୁଡ଼ା ରିଜର୍ଭ ପୁଲିସକୁ ୧୦ ସ୍କୁଟି ପ୍ରଦାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆଜି ହିରୋ ମଟୋ କପ୍ କମ୍ପାନୀ ପକ୍ଷରୁ ଝାରସୁଗୁଡା ଜିଲ୍ଲା ରିଜର୍ଭ ପୁଲିସକୁ ୧୦ଟି ସ୍କୁଟି ପ୍ରଦାନ କରାଯାଇଛି। ଜିଲ୍ଲାବାସୀଙ୍କ ସେବାରେ ସର୍ବଦା ଆଗେଇ ଆସୁଥିବା ରିଜର୍ଭ ପୁଲିସର ମହିଳା କର୍ମଚାରୀମାନେ ଏହା ଦ୍ୱାରା ଉପକୃତ ହୋଇ ପାରିବେ। ପ୍ରାୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଏହି ସ୍କୁଟିକୁ ଆଜି ହିରୋ ମଟୋ କପ ପକ୍ଷରୁ ବିଜୟ ଲକ୍ଷ୍ଣୀ ଅଟୋ ମୋବାଇଲ୍ସର ମାଲିକ ଅରୁଣ ମୁନ୍ଦ୍ରା ଜିଲ୍ଲା ପୁଲିସର ସେବାରେ ପ୍ରଦାନ କରିଛନ୍ତି। ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ରଦାସଙ୍କୁ ଅନ୍ୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସେ ଏହି ସ୍କୁଟି ଗୁଡିକର ଚାବି ହସ୍ତାନ୍ତର କରିଛନ୍ତି।