ବ୍ରଜରାଜନଗରରେ ଜଳ ଯୋଗାଣର ସମୀକ୍ଷା କଲେ ବିଧାୟକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସମସ୍ତ ଜନସାଧାରଣଙ୍କୁ କିପରି ଆବଶ୍ୟକ ପରିମାଣର ଜଳ ମିଳିପାରିବ ସେନେଇ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲରମାନେ ଯୋଗଦେଇ ନିଜ ନିଜ ୱାର୍ଡରେ ଦେଖା ଦେଉଥିବା ଜଳଭାବ ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ। ପରେ ବିଧାୟକ ଶ୍ରୀ ମହାନ୍ତି ଉପସ୍ଥିତ ପିଏଚଡି ଅଧିକାରୀ ଓ ଏମସିଏଲ ଜଳ ଯୋଗାଣ ଅଧିକାରୀଙ୍କୁ ଖୁବଶୀଘ୍ର ସଠିକ ଭାବରେ ବ୍ରଜରାଜନଗର ଅଞ୍ଚଳର ସମସ୍ତ ଅଧିବାସୀଙ୍କୁ ଜଳ ଯୋଗାଇବାର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଗ୍ରୀଷ୍ମ ସମୟରେ ଯେମିତି ପାନୀୟ ଜଳର ଅଭାବ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମଧ୍ୟ କହିଥିଲେ। ପୌର ନିର୍ବାହୀ ଅଧିକାରୀ, ପୌରପରିଷଦର କର୍ମଚାରୀ, ପିଏଚଡି କର୍ମଚାରୀ, ଏମସିଏଲ ଜଳ ଯୋଗାଣ ଅଧିକାରୀ ତଥା ପୂର୍ବତନ କାଉନସିଲରମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।