ଟିଆରଏଲ କ୍ରୋସାକୀ ଦ୍ୱାରା ଟର୍ପେଡୋ ଲେଡଲ ପ୍ରଦର୍ଶନରେ ନୂତନ କୀର୍ତ୍ତିମାନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଭାରତର ସର୍ବ ବୃହତ ରିଫାକ୍ଟୋରୀ କମ୍ପାନୀ ଟିଆରଏଲ କ୍ରୋସାକି ରିଫାକ୍ଟୋରୀ ଲିମିଟେଡ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଟର୍ପେଡୋ ଲେଡଲ ପ୍ରଦର୍ଶନରେ ୨୩୩୮ ହିଟର ସର୍ବୋଚ୍ଚ ଜୀବନ ହାସଲ କରି ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି। ଏହା ୨୩୩୧ ହିଟର ପୂର୍ବ ରେକର୍ଡକୁ ଅତିକ୍ରମ କରିଛି। ଏହି ଅନନ୍ୟ କାର୍ଯ୍ୟଦକ୍ଷତା ଉନ୍ନତମାନର ଆଲୁମିନୋ-ସିଲିକନ-କାର୍ବାଇଡ କାର୍ବନ ଏବଂ କରଣ୍ଡୁମ-ମଲାଇଟ ରିଫାକ୍ଟୋରୀ ଗୁଡିକର ଅଭିନବ ଜୋନାଲ ଲାଇନ ଡିଜାଇନ ମାଧ୍ୟମରେ ହାସଲ କରାଯାଇଛି।

ରିଫ୍ରାକଟୋରୀ ଯୋଗାଣ ବ୍ୟତୀତ, ରିଫ୍ରାକଟୋରିଜର ସଂସ୍ଥାପନ, ଅନ୍ଲାଇନ ବୈଷୟିକ ତଦାରଖ ଏବଂ ରେଫ୍ରାକ୍ଟୋରୀ ଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ସହିତ ବୈଷୟିକ ସେବା ଯୋଗାଇବା ପାଇଁ ଟିଆରଏଲ କ୍ରୋସାକି ଦ୍ୱାରା ଆରଏସପି ସାଇଟରେ ଏକ ଇଞ୍ଜିନିୟର ଏବଂ ଟେକ୍ନିସିଆନ ଦଳକୁ ନିୟୋଜିତ କରାଯାଇଛି।
ଆରଏସପିର ଶୀର୍ଷ ନେତୃବୃନ୍ଦ, ବ୍ଲାଷ୍ଟ ଫର୍ଣ୍ଣେସ ଡିଭିଜନର ବରିଷ୍ଠ କାର୍ଯ୍ୟନିର୍ବାହୀମାନେ ଏହି ସ୍ଥାନ ପରିଦର୍ଶନ କରି ଟିଆରଏଲ କ୍ରୋସାକି ଦ୍ୱାରା ନିୟୋଜିତ ଇଞ୍ଜିନିୟର ଏବଂ ଟେକ୍ନିସିଆନ ଦଳକୁ ଏହି ବିଶେଷ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଟିଆରଏଲ କ୍ରୋସାକି, ଇସ୍ପାତ କାରଖାନା ପାଇଁ ରେଫ୍ରାକ୍ଟୋରୀ ଉତ୍ପାଦ ଏବଂ ସେବାଗୁଡିକର ଯୋଗାଣ ପାଇଁ ଭାରତରେ ସର୍ବବୃହ ଯୋଗାଣକାରି କମ୍ପାନୀ ଅଟେ। ଏହାର ଉତ୍ପାଦଗୁଡିକ ଉଚ୍ଚ ତାପମାତ୍ରା ପ୍ରକ୍ରିୟା ଉପକରଣ ବ୍ଲାଷ୍ଟ ଫରନେଶ, କୋକ ଅଭେନ, ବିଭିନ୍ନ ଫରନେଶ, କିଲନ ଆଦିରେ ବ୍ୟବହାର କରାଯାଏ।

ପ୍ରକାଶ ଯେ, ଜାପାନର କ୍ରୋସାକି ହରିମା ନିଗମର ସର୍ବୋକୃଷ୍ଟ ଟେକ୍ନୋଲୋଜିର ସହାୟତା ସହ ଟିଆରଏଲ କ୍ରୋସାକି ନିଜ କାରଖାନାର ଆଧୁନିକୀକରଣ ତଥା ଏହାର ଉତ୍ପାଦନ ସୁବିଧା ବିସ୍ତାର ପାଇଁ ବିପୁଳ ପୁଞ୍ଜି ବିନିଯୋଗ କରିଛି। କମ୍ପାନୀ ଏକ ଅତ୍ୟାଧୁନିକ ଉତ୍ପାଦନ କାରଖାନାର ବିକାଶ କରିଛି ଯାହା ସ୍ଥିର ଏବଂ ସର୍ବୋଚ୍ଚ ଗୁଣାତ୍ମକ ରେଫ୍ରାକ୍ଟୋରୀ ଉତ୍ପାଦନ କରେ। ରେଫ୍ରାକ୍ଟୋରୀ ଉତ୍ପାଦର ଯୋଗାଣ ବ୍ୟତୀତ, କମ୍ପାନୀ ଟୋଟାଲ୍ ରେଫ୍ରାକ୍ଟୋରୀ ମ୍ୟାନେଜମେଣ୍ଟ, ରେଫ୍ରାକ୍ଟୋରୀ ଇଞ୍ଜିନିୟରିଂ ସେବା ଏବଂ ଟେକନିକାଲ ସପୋର୍ଟ ସେବା ଯୋଗାଇ ଥାଏ।