ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲହୁଣ୍ଡାବୁଡ଼ ଅଂଚଳରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ମୃତ୍ୟୁ ପରେ ତାଙ୍କ ତିନି ଭଉଣୀ, ବଡ ଭାଇ ଓ ମା’ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମୃତକ ଜଣକ ଦୀପକ ବିଶ୍ୱାଳ (୨୨) ହୋଇଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ମା’ ପୁଷ୍ପବତୀ(୫୮), ଭାଇ ଶ୍ରୀକାନ୍ତ (୩୩), ଭଉଣୀ ଲିଲି (୩୮), ପିଙ୍କି(୩୦), ବନ୍ଦିତା( ୩୫) ବୋଲି ବିଟିଏମ ଫାଣ୍ଡି ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।
