ଦୁର୍ଗାପୂଜା ପାଳନ ପାଇଁ ଅନୁମତି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା ପାଳନ ପାଇଁ ସେଣ୍ଟ୍ରାଲ ଦୂର୍ଗାପୂଜା କମିଟି ଝାରସୁଗୁଡା ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡାରେ ଦୀର୍ଘ ୧୦୬ ବର୍ଷହେବ ଦୁର୍ଗାପୂଜା ପାଳନ କରାଯାଉଛି। ଏହା କଟକ ଦୁର୍ଗାପୂଜା ପରେ ରାଜ୍ୟରେ ଦ୍ୱିତୀୟ ପୂରାତନ ହୋଇଥିବାବେଳେ ପଶ୍ଚିମ ଓଡିଶାରେ ସର୍ବ ପ୍ରଥମେ ଆରମ୍ଭ ହୋଇଥିଲା। କଟକ ଜିଲ୍ଲାପାଳ ଯେପରି ସମସ୍ତ କଟକଣା ଭିତରେ ଦୁର୍ଗାପୂଜା ପାଳନ ପାଇଁ ଅନୁମତି ପ୍ରଦାନ କରିଛନ୍ତି, ସେହିପରି ଝାରସୁଗୁଡାରେ ମଧ୍ୟ କଟକଣା ମଧ୍ୟରେ ପୂଜା ପାଳନର ଅନୁମତି ଦିଆଯାଉ। ଏହି ଅବସରରେ ଶାନ୍ତି ମୁଖାର୍ଜୀ, ତାପସ ରାୟ ଚୌଧୁରୀ, ସରବଶ୍ରୀ ବେନୁଗୋପାଲ ପାଣିଗ୍ରାହୀ, ରାଜେଶ ପାଢୀ, ମନ ମହାପାତ୍ର, ଡିଲେଶ୍ୱର ରାଓ, କେ ଇଶ୍ୱର ରାଓ, ସନ୍ଦୀପ ଅବସ୍ତି, ସଞ୍ଜୟ କୁମାର ମହାପାତ୍ର ତଥା ଜିଲ୍ଲାର ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।