ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାର ବନ୍ୟା ପ୍ରଭାବତି ଅଞ୍ଚଳକୁ ଆଜି ଜିଲ୍ଲା କଂଗ୍ରେସର ସଦସ୍ୟମାନେ ପରିଦର୍ଶନ କରିଛନ୍ତି। ସେଠାରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ବନ୍ୟା ବିତ୍ପାତର ସ୍ଥାୟୀ ସମାଧାନ ପାଇଁ ଇବ୍ ନଦୀ ପୋଲଠାରୁ ସୁଖାସୋଢା ପର୍ଯ୍ୟନ୍ତ ହୀରାକୁଦ ବନ୍ଧର ଫେରି ଅଞ୍ଚଳଦେଇ ଦୀର୍ଘ ନଦୀବନ୍ଧ ସହ ଏକରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଏହି ବନ୍ଧ ନିର୍ମାଣ ହେଲେ ଉପାନ୍ତ ଚିଖିଲି, ଶରଧା, ମୁହୁଦି, ସୁଖାସୋଢା, ସେମଲିଆ ପରି ଅନେକ ଗ୍ରାମ ମହନଦୀର ବନ୍ୟାଜଳରୁ ରକ୍ଷା ପାଇପାରିବେ। ସେହିପରି ଗଣ୍ଡଘୋରା, ରେମଜା, ତେଲେନପାଲି, କୁତାବଗା ପରି ଅନେକ ଗ୍ରାମ ଇବନଦୀର ବନ୍ୟା କବଳରୁ ରକ୍ଷା ପାଇପାରିବେ।  ଏହି ଅବସରରେ ଜିଲ୍ଲା କଂଗ୍ରେସର ବରିଷ୍ଠ ସଦସ୍ୟ ମହେନ୍ଦ୍ର ନାଏକ, କତରବଗା ସରପଞ୍ଚ ରୋହିତ କୁମାର ଧୁରୁଆ, ଚୁଡାମଣି ଧୁରୁଆ, ରଜତ ମହାପାତ୍ର, ପ୍ରେମ କୁମାର ଖମାରୀ, ମନୋଜ ଭୋଇ, ଦେବବ୍ରତ ବାରିକ, ଜନ୍ମଞ୍ଜେୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।