ଝାରସୁଗୁଡ଼ାରେ ଟାଉନ ବସ୍ ଚଳାଚଳ ପାଇଁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ଟାଉନ ବସ୍ ଚଳାଚଳ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ, ସମାଜସେବୀ ଓ ସଚେତନ ନାଗରିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୁହାଯାଇଛି ଯେ, ଝାରସୁଗୁଡ଼ା ସହରରୁ ମୁଖ୍ୟ ଚିକିତ୍ସାଳୟ, ବିମାନ ବନ୍ଦର ଦୁରରେ ରହିଛି। ଏଠାକୁ ଚାଲିକି ଯିବା ଆସିବା କରିବା ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ଅନ୍ୟପଟେ ବସ୍ ଚଳାଚଳ କରୁ ନଥିବାରୁ ଲୋକେ ଅଟୋ ରିକ୍ସା ଅବା ଅନ୍ୟ କୌଣସି ଗାଡି ଭଡାକରି ଯିବା ଆସିବା କରିବା ପାଇଁ ବାଧ୍ୟ ହେଉଛନ୍ତି।  ଗାଡିଗୁଡିକ ୪ଶହରୁ ୫ଶହ ଟଙ୍କା ଆଦାୟ କରୁଛନ୍ତି।

ଲୋକେ ଟାଉନ ବସରେ ଯିବା ଆସିବା କରିଲେ ୧୦-୨୦ ଟଙ୍କ ଖର୍ଚ୍ଚ ହେଉଥିବାବେଳେ ଏବେ ଗାଡି ଭଡା କରି ୫୦ଗୁୁଣ ଅଧିକ ଟଙ୍କା ବ୍ୟୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ତେଣୁ ଲୋକଙ୍କ ଗମନାଗମନ ଜନିତ ଏହି ସମସ୍ୟାକୁ ଦୂରକରି ସହର ମଧ୍ୟରେ ଅତିକମରେ ୪ଟି ସିଟି ବସ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ଅବସରରେ ଦେବାନନ୍ଦ ବାରିକ, ସଂଗ୍ରମ ମହାନ୍ତି, ଅରବିନ୍ଦ ବାରିକ, ଶ୍ରୀକାନ୍ତ ପ୍ରଧାନ ପ୍ରମୁଖଙ୍କ ସହ ୟୁଥ୍ ଏସୋସିଏସନ ଝାରସୁଗୁଡ଼ା, ପାହାଡେଶ୍ୱର ବିକାଶ ପରିଷଦ, ୟଙ୍ଗଷ୍ଟାର ଚେରିଟେବୁଲ ଟ୍ରଷ୍ଟ, ଜିନା ଇସିକା ନାମ ହୈ, କୋଶଳ ସେନା, ପଶ୍ଚିମାଞ୍ଚଳ ଏକତା ମଞ୍ଚ ପ୍ରମୁଖ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ।