ରାଞ୍ଚି,ଏଜେନ୍ସି: ସୋମବାର ସକାଳ ୮ଟାରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଯାଇଛି। ମୋଟ ୮୧ଟି ଆସନ ପାଇଁ ୫ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଥିବା ବେଳେ ସରକାର ଗଢ଼ିବାକୁ ହେଲେ ଦଳକୁ ମ୍ୟାଜିକ୍ ନଂ-୪୧ ହାସଲ କରିବାକୁ ପଡ଼ିବ। ଜେଏମଏମ-କଂଗ୍ରେସ ମେଣ୍ଟ କରି ଏଥର ବିଜେପିକୁ ପରାଜିତ କରିବାକୁ ଜୋରଦାର ପ୍ରୟାସ କରୁଥିବାବେଳେ ତାହା ସଫଳ ହେବ କି ନାହିଁ ତାହା ଭୋଟ ଗଣତି ପରେ ଜଣାପଡ଼ିବ।
ତେବେ ଭୋଟ ଗଣତି ଜାରି ରହିଥିବାବେଳେ କଂଗ୍ରେସ ଏବଂ ଜେଏମଏମ ମେଣ୍ଟକୁ ବିଜେପି କଡ଼ା ଟକ୍କର ଦେଉଛି। ଜାତୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ ୮୧ ଆସନ ମଧ୍ୟରୁ ବିଜେପି ୩୮ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ-ଜେଏମଏମ ମେଣ୍ଟ ୩୫ ଆସନରେ ଆଗୁଆ ରହିଛନ୍ତି। ଜେଭିଏମ ୨ଟି ଏବଂ ଅନ୍ୟାନ୍ୟ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି।