ଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର କିରାଡି ଅଞ୍ଚଳର ଏକ ୪ତାଲା ବିଶିଷ୍ଟ କପଡ଼ା ଗୋଦାମରେ ନିଆଁ ଲାଗି ଘଟଣାସ୍ଥଳରେ ୯ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ କିରାଡି ଇନ୍ଦର୍ ଏନକ୍ଲେଭରେ ଏକ ଚାରିମହଲା କୋଠାରେ ଲାଗିଲା ନିଆଁ । ଦମକଳ ବାହିନୀର ଜଣେ ଅଧିକାରୀଙ୍କ ମୁତାବକ ଏହି ଅଗ୍ନିକାଣ୍ଡରେ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି।

