ଝରିଗାଁ ୩ ଦିନ ପାଇଁ ସଟଡାଉନ

ଝରିଗାଁ,ଏନ୍ଏନ୍ଏସ୍: ଝରିଗାଁ ବ୍ଲକରେ ୩ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ଆଜି ଝରୀଗାଁ ସରପଞ୍ଚ ଅଗନ୍ତି ପୂଜାରୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି  ତିନିଦିନ ଅର୍ଥାତ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଝରିଗାଁ ପଞ୍ଚାୟତକୁ ସମ୍ପୂର୍ଣ ଭାବେ ସଟଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ଦେକାନ ବଜାର, ଅଫିସ ଓ ବ୍ୟାଙ୍କସେବା ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଥିବାବେଳେ କେହିବି ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଝରିଗାଁ ଭଳି ଧଡ଼ରା ଏବଂ ଚାଟିଗୁଡା ସରପଞ୍ଚ ନିଜ ନିଜ ପଞ୍ଚାୟତକୁ ସଟଡାଉନ କରିବାର ନିଷ୍ପତି ନେଇଛନ୍ତି।   କେବଳ ଔଷଧ ଦେକାନ, ଆମ୍ବୁଲାନ୍ସ ଓ ପେଟ୍ରୋଲ ପମ୍ପ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିବ। ଏହି ଆଦେଶ ଅବମାନନା କଲେ ଦଣ୍ଡିତ ହେବେ ବୋଲି ସରପଞ୍ଚ ଚିଠି ମାଧ୍ୟମରେ ଜଣାଇଛନ୍ତି।