ଝାଡ଼ଖଣ୍ଡରେ ଏନକାଉଣ୍ଟର, ୨ଯବାନ ସହିଦ

ଝାରଖଣ୍ଡ,ଏଜେନ୍ସଝାଡ଼ଖଣ୍ଡରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର  ହୋଇଛି। ୧୦ମ ଜଳପ୍ରପାତ ନିକଟରେ ଏହି ଏନକାଉଣ୍ଟର ହେଇଥିବାବେଳେ ୨ଜଣ ଜାଗୁଆର ଯବାନ ସହିଦ ହୋଇଛନ୍ତି। ସୂଚନା ଅନୁଯାୟୀ ୧୦ମ ଜଳପ୍ରପାତ ନିକଟରେ କିଛି ମାଓବାଦୀ ଲୁଚି ରହିଥିବା ସୁରକ୍ଷା କର୍ମୀ ଖବର ପାଇଥିଲେ। ଏ ନେଇ ସୁରକ୍ଷା କର୍ମୀମାନେ ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେସନ କରିବା ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଏହି ଗୁଳିମାଡ଼ରେ ଝାଡଖଣ୍ଡ ଜାଗୁଆରର ୨ଯବାନ ସହିଦ ହୋଇଛନ୍ତି।