ନନ୍ଦନକାନନରେ ମାଇ ଜଳହସ୍ତୀର ମୃତ୍ୟୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦିନକୁ ଦିନ ନନ୍ଦନକାନନରୁ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନନ୍ଦନକାନନନରେ ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି । ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବା ବେଳେ ଏବେ ଜଳହସ୍ତୀଙ୍କ ମୃତ୍ୟୁ ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଚିଡିଆଖାନାରେ ଥିବା ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା ଚିଡିଆଖାନା ପକ୍ଷରୁ ସୂଚନା ଦିଆଯାଇଛି ।

ମାଈ ଜଳହସ୍ତୀର ମୃତ୍ୟୁ ପରେ ଚିଡିଆଖାନାର ଜଳହସ୍ତୀ ସଂଖ୍ୟା ୧୧କୁ ଖସିଆସିଛି । ତେବେ ବାରମ୍ବାର ଚିଡ଼ିଆଖାନାରେ ହାତୀ ମୃତ୍ୟୁ ହେଉଥିବାବେଳେ ପ୍ରଶାସନ କାହାକୁ ଅପେକ୍ଷା କରିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।