ଜେଇଇ ଓ ନିଟ୍ ମେନ୍ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ ଜେଇଇ ଓ ନିଟ୍ ଏଣ୍ଟ୍ରାସ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଏହି ଦୁଇଟି ପରୀକ୍ଷାର ତାରିଖ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିୟାଲ ଘୋଷଣା କରିଛନ୍ତି। ଫଳରେ ଜେଇଇ ମେନ୍ ପରୀକ୍ଷା ଜୁଲାଇ ୧୮ରୁ ୨୩ ମଧ୍ୟରେ ଆୟୋଜିତ ହେବ। ସେହିପରି ନିଟ୍ ପରୀକ୍ଷା ଜୁଲାଇ ୨୦ରେ ହେବ ବୋଲି ଘୋଷଣା କରାଯାଇଛି।